ମାଲକାନଗିରିରେ ପୁଣି ମାଓ ତାଣ୍ଡବ ! ଏସାର କମ୍ପାନୀର ପାଇପ ଲାଇନ କାଟିଲେ ଲାଲବାହିନୀ

22

କନକ ବ୍ୟୁରୋ: ମାଲକାନଗିରିରେ ପୁଣି ମାଓ ତାଣ୍ଡବ । ମାଲକାନଗିରି ଚିତ୍ରକୋଣ୍ଡାରେ ପୁଣି ମାତିଛନ୍ତି ଲାଲବାହିନୀ । ଏସାର କମ୍ପାନୀର ପାଇପ ଲାଇନ୍ କାଟି ଦେଇଛନ୍ତି ମାଓବାଦୀ । ପାଇପ ଲାଇନ୍ କଟିବା ଦ୍ୱାରା କମ୍ପାନୀର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ରାଲେଗାଡା ଚିନ୍ତଲଡୁଲିରେ ଏସାର କମ୍ପାନୀର ପାଇପ ଲାଇନ୍ କାଟି ଦେଇଛନ୍ତି ମାଓବାଦୀ । ଫଳରେ କିରଣ୍ଡୁଲ-ବିଶାଖାପାଟଣା ମଧ୍ୟରେ ଲୌହ ପରିବହନ ଠପ୍ ହୋଇଯାଇଛି । ଘଟଣା ସଂପର୍କରେ ଏସାର କମ୍ପାନୀ ଅଧିକାରୀ ସୂଚନା ଦେଇଛନ୍ତି ।