ମାନିଲେ ହତ୍ୟାକାରୀ ! ସୁକମା ଆକ୍ରମଣକୁ ସ୍ୱୀକାର କଲେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ପ୍ରବକ୍ତା ବିକଳ୍ପ

26

କନକ ବ୍ୟୁରୋ: ମାନିଲେ ମାଓବାଦୀ । ସୁକମା ଆକ୍ରମଣକୁ ସ୍ୱୀକାର କରିଛନ୍ତି ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ପ୍ରବକ୍ତା ବିକଳ୍ପ । ଏନେଇ ଜାରି କରିଛନ୍ତି ଅଡିଓ ଟେପ୍ । ଅଡିଓରେ ସେ କହିଛନ୍ତି ସୁକମାରେ ୯ମାଓବାଦୀଙ୍କ ମୃତ୍ୟୁ ଓ ଗତବର୍ଷ ଚିତ୍ରକୋଣ୍ଡା ପଣସପୁଟ ଆକ୍ରମଣର ପ୍ରତିବାଦରେ ଏହି ଆକ୍ରମଣ କରାଯାଇଛି । ଗ୍ରୀନହଂଟ ଅପରେସନକୁୁ ଦମନ କରିବା ପାଇଁ ଏହି ଆକ୍ରମଣ କରାଯାଇଛି ।

ଗରୀବ, ସାଧାରଣ ଶୋଷିତଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରତିବାଦରେ ଆକ୍ରମଣ କରାଯାଇଛି । ଦେଶରେ ଲୋକତାନ୍ତ୍ରୀକ ଫାଶିବାଦ ଆରମ୍ଭ ହୋଇଛି । ଏହାର ପ୍ରତିବାଦରେ ଚିନ୍ତାଗୁଫା ଆକ୍ରମଣ କରିଛି ମାଓ ସଂଗଠନ । ଏହାଛଡା ଅଡିଓ ଟେପରେ ପୋଲିସ ଓ ଯବାନଙ୍କୁ ଆହ୍ୱାନ ଦେଇଛନ୍ତି ମାଓନେତା । କହିଛନ୍ତି ଚାକିରି ଛାଡି ଶୋଷିତ, ଗରିବ ଓ ଅତ୍ୟାଚାରିତଙ୍କ ଭଲ ପାଇଁ ଲଢ଼ । ଶୋଷକଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବିପନ୍ନ କରନି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –