କଳାହାଣ୍ଡିରେ ମାତିଲେ ଲାଲବାହିନୀ ! ଥୁଆମୂଳ ରାମପୁରରୁ ୩ ଜଣଙ୍କୁ ଉଠାଇ ନେଲେ ମାଓବାଦୀ

39

କନକ ବ୍ୟୁରୋ : କଳାହାଣ୍ଡିରେ ମାତିଲେ ମାଓବାଦୀ । ପୋଲିସ ଇନଫର୍ମର ସଂଦେହରେ ୩ ଜଣଙ୍କୁ ଉଠାଇ ନେଇଛି ଲାଲବାହିନୀ । ଥୁଆମୁଳ ରାମପୁର ରେଂଜରେ କିଛି ସଶସ୍ତ୍ର ମାଓବାଦୀ ଗାଁ ଭିତରେ ପଣି କିଛି ସମୟ ଧରି ଆତଙ୍କରାଜ ଚଳାଇଥିଲେ । ଗୋଟିଏ ବାଇକ ପୋଡି ଦେଇଥିବା ସୂଚନା ମିଳିଛି ।

କଳାହାଣ୍ଡି ଏସପିଙ୍କ ସୂଚନା ଅନୁଯାୟୀ ରାତି ପ୍ରାୟ ସାଢେ ୧୨ଟାରେ ପାଖାପାଖି ୧୫ ଜଣ ମାଓବାଦୀ ଆସି ସ୍ଥାନୀୟ ଅଂଚଳରେ ଆତଙ୍କ ରାଜ ଚଳାଇଥିଲେ । ପୋଲିସ ଇନଫର୍ମର ସଂଦେହରେ ୩ ଜଣଙ୍କୁ ମାଓବାଦୀ ଅପହରଣ କରି ନେଇଥିଲେ । ମାଓବାଦୀଙ୍କ ମଧ୍ୟରେ ୫ ଜଣ ମହିଳା ମାଓବାଦୀ ଥିବା ସୂଚନା ମିଳିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –