ବେଲଘର ଜଙ୍ଗଲରେ ମାଓବାଦୀ-ଏସଓଜି ଏନକାଉଂଟର ଘଟଣା : ୩୨ ହଜାର ପୁରୁଣା ୫ ଶହ ଓ ହଜାରେ ଟଙ୍କିଆ ନୋଟ୍ ଜବତ

24

କନ୍ଧମାଳ : ମାଓ ଶିବିରରୁ ଜବତ ହୋଇଛି ୩୨ ହଜାର ଟଙ୍କାର ଅଚଳ ନୋଟ । କନ୍ଧମାଳ ବେଲଘର ଥାନା ଲଙ୍କାଗଡ ଜଙ୍ଗଲରେ ମାଓବାଦୀଙ୍କ ଶିବିରରୁ ବହୁ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ସହ ୩୨ ହଜାର ଟଙ୍କାର ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ ଜବତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଫୁଲବାଣୀ ଏସପି ପିନାକ ମିଶ୍ର । ଗତକାଲି ଲଙ୍କାଗଡ ଜଙ୍ଗଲରେ ମାଓବାଦୀ କରିଥିବା କ୍ୟାମ୍ପ ଉପରେ ଅତର୍କିତ ଚଢାଉ କରିଥିଲେ ଏସଓଜି ଯବାନମାନେ । ତେବେ ମାଓ କ୍ୟାମ୍ପରେ ୨୦ରୁ ୨୫ ମାଓବାଦୀ ଥିବା ଅନୁମାନ କରାଯାଉଛି ।