କେନ୍ଦ୍ରର ଅପରେସନ ‘ସମାଧାନ’କୁ ବିରୋଧ : ଆନ୍ଧ୍ର-ଓଡିଶା ସୀମା ସ୍ୱାଭିମାନ ଅଂଚଳରେ ମାଓମେଳି

65

କନକ ବ୍ୟୁରୋ : ଆନ୍ଧ୍ର-ଓଡିଶା ସୀମାନ୍ତ ମାଲକାନଗିରି ସ୍ୱାଭିମାନ ଅଂଚଳରେ ପୁଣି ମାଓମେଳି । କେନ୍ଦ୍ରର ଅପରେସନ ‘ସମାଧାନ’କୁ ବିରୋଧ କରି ମେଳିର ଆୟୋଜନ କରିଥିଲେ ମାଓବାଦୀ । ଏଥିରେ ରାଲେଗଡା ଗାଁ ନିକଟ ଜଙ୍ଗଲରେ ଆଖାପାଖ ୮ଟି ଗାଁର ଲୋକ ସାମିଲ ହୋଇଥିଲେ । କୋରରୁଣ୍ଡା ଦଳର ମାଓ କମାଣ୍ଡର ରମାନ୍ନାଙ୍କ ନେତୃତ୍ୱରେ ଏହି ସମାବେଶର ଆୟୋଜନ ହୋଇଥିଲା । ଏହି ମାଓମେଳିରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ମାଓବାଦୀ । ସ୍ୱାଭିମାନ ଅଂଚଳରେ ବାରମ୍ବାର ଏଭଳି ମାଓମେଳି କରି ନିଜର ଉପସ୍ଥିତି ଜାହିର କରୁଛନ୍ତି ମାଓବାଦୀ ସଙ୍ଗଠନ । ଦୁଇଦିନ ତଳେ ବି ମାଓବାଦୀମାନେ ଏଭଳି ମାଓମେଳି କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ତରଫରୁ ଅପରେସନ ସମାଧାନ ଆୟୋଜନ କରାଯାଉଛି । ଏହି ଅପରେସନ୍ ସମାଧାନ ଜରିଆରେ ମାଓବାଦୀଙ୍କୁ ଦମନ କରାଯିବ । ସେଥିପାଇଁ ମାଓବାଦୀ ଏହାକୁ ବିରୋଧ କରିଆସୁଛନ୍ତି । ୨୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ପ୍ରତିବାଦ ସପ୍ତାହ ପାଳନ କରୁଛନ୍ତି ମାଓ ସଂଗଠନ ।