କିସ୍ ପ୍ରତିଷ୍ଠାତାଙ୍କୁ ମାଓ ଧମକ ! ପ୍ରଜାକୋର୍ଟରେ ଅଚ୍ୟୁତ ସାମନ୍ତଙ୍କୁ ଦଣ୍ଡିତ କରାଯିବାକୁ ଉଲ୍ଲେଖ କରି ପୋଷ୍ଟର ମାରିଲେ ମାଓବାଦୀ

37

କନକ ବ୍ୟୁରୋ : କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ମାଓ ଧମକ । ପ୍ରଜାକୋର୍ଟରେ ଅଚ୍ୟୁତ ସାମନ୍ତଙ୍କୁ ଦଣ୍ଡିତ କରାଯିବାକୁ ଉଲ୍ଲେଖ କରି ପୋଷ୍ଟର ମାରିଛନ୍ତି ମାଓବାଦୀ । କୋରାପୁଟ ଜିଲ୍ଲା କାକିରିଗୁମ୍ମା ଅନ୍ତର୍ଗତ କିସ୍ କାନ୍ଥରେ ପୋଷ୍ଟର ମାରିଛି ଲାଲବାହିନୀ । ସିପିଆଇ ମାଓବାଦୀ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ଉଲ୍ଲେଖ କରାଯାଇଛି ।

କାକିରିଗୁମ୍ମାରୁ କୋରାପୁଟ ରାସ୍ତାରେ ଥିବା କିସ୍ କ୍ୟାମ୍ପସର ପାଚେରୀରେ ଲାଗିଥିବା ଏହି ପୋଷ୍ଟରକୁ ସ୍ଥାନୀୟଲୋକେ ଦେଖିବା ପରେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଏହି ପୋଷ୍ଟରକୁ ଜବତ କରିଛି । ଆଦିବାସୀ ପିଲାଙ୍କୁ ପାଠ ପଢାଇବା ବାହାନାରେ ଅଚ୍ୟୁତ ସାମନ୍ତ ପୁଲିସ ସହ ମିଶି ମାଓ ସଂଗଠନକୁ ଦୁର୍ବଳ କରିବାରେ ଲାଗିଛନ୍ତି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ଏହାକୁ ବନ୍ଦ କରାନଗଲେ ତାଙ୍କୁ ପ୍ରଜାକୋର୍ଟରେ ଦଣ୍ଡିତ କରାଯିବ ବୋଲି ଉଲ୍ଲେଖ କରାଯାଇଛି ।