ମାଲକାନଗିରିରେ ମାଓନେତ୍ରୀ ମୀନାଙ୍କୁ ଏନକାଉଣ୍ଟଟର କରାଯାଇଥିବା କଥାକୁ ଖଣ୍ଡନ କଲା ମାଓ ସଂଗଠନ : ଅଡିଓ ଟେପ୍ ଜାରି କରି କହିଲା ଏନକାଉଣ୍ଟଟର କଥା ମିଥ୍ୟା

41

କନକ ବ୍ୟୁରୋ : ଗୋଟିଏ ପଟେ ମାଲକାନଗିରି ଏସ.ପିଙ୍କ ପ୍ରେସମିଟ, ଅନ୍ୟ ପଟେ ମାଓବାଦୀଙ୍କ ଅଡିଓ ଟେପ । ଗତ ୧୨ ତାରିଖ ମାଲକାନଗିରି ସ୍ୱାଭିମାନ ଅଂଚଳରେ ଘଟି ଥିବା ଏନକାଂଉଟରରେ ମାଓ ନେତ୍ରୀ ମୀନା ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କ ଗୁଳି ରେ ପ୍ରାଣ ହରାଇ ଥିବା ସ୍ପଷ୍ଟ କରିଛି ପୁଲିସ । ଏହା ସହ ଘଟଣାସ୍ଥଳରୁ ଜଣେ ନାବାଳିକା ସମେତ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଏହି ଏନକାଉଂଟରକୁ ମିଥ୍ୟା ଦର୍ଶାଇବା ସହ ଗିରଫ ୪ ଜଣ ନିରୀହ ଆଦିବାସୀ ବୋଲି ଏକ ଅଡିଓ ଟେପରେ କହିଛନ୍ତ ମାଓବାଦୀଙ୍କ ଏମ.କେ.ଭି ଡିଭିଜନ । ଏଥିରେ ଏନକାଉଂଟରକୁ ମିଥ୍ୟା ବୋଲି କୁହାଯାଇଛି ।

ଡିଭିଜନର ସମ୍ପାଦକ କୈଳାସ ଅଡିଓ ଟେପରେ କହିଛନ୍ତି, ଆହତ ହୋଇଥିବା ମୀନାଙ୍କୁ ଯବାନ ମାନେ ଗୁଳି କରି ହତ୍ୟା କରିଛନ୍ତି । ଏଥି ସହ ଗାଁ କୁ ବୁଲି ଆସି ଥିବା ୪ ଜଣ ଙ୍କୁ ମାଓବାଦୀ ଙ୍କ ଆଳ ଦେଖାଇ ଆନ୍ଧ୍ର ଯବାନ ମାନେ ଗିରଫ କରି ନେଇଯାଇଛନ୍ତି । ମାଓ ନେତ୍ରୀ ମିନା ୧୯୯୫ ମସିହା ରେ ମାଓ ସଙ୍ଗଠନ ରେ ଯୋଗ ଦେଇ ଥିବା ବେଳେ ସେ ବହୁ ବଡ ବଡ ହିଂସା କାଣ୍ଡ ରେ ସମ୍ପୃକ୍ତ ଥିଲେ । ତାଙ୍କ ନାଁ ରେ ୫ ଲକ୍ଷ ଟଙ୍କା ପୁରଷ୍କାର ମଧ୍ୟ ରହିଥିଲା । ସେପଟେ ଗିରଫଙ୍କ ପରିବାର ଲୋକଙ୍କ ସମେତ ଆଣ୍ଡ୍ରାପାଲି ଗାଁ ଲୋକେ ଆନ୍ଧ୍ର ମୁଚିମପୁଟ ପୁଲିସ ନିକଟରେ ଦ୍ୱାରସ୍ଥ ହୋଇ ସେମାନେ ନିରୀହ ବୋଲି ଯୁକ୍ତି ବାଢିଛନ୍ତି । ମାଓନେତ୍ରୀଙ୍କ ମରଶରୀରକୁ ତେଲେଙ୍ଗାନାର ୱାରଙ୍ଗଲରେ ଶେଷ ବିଦାୟ ଦିଆଯାଇଛି ।