ଲାଲବାହିନୀର ଲଙ୍କାକାଣ୍ଡ : ମାଲକାନଗିରିରେ ପୋଡିଲେ ୪ ଗାଡି, ଠିକାଦାରକୁ ହତ୍ୟା

20

କନକ ବ୍ୟୁରୋ : ଛତିଶଗଡରେ ମାଓବାଦୀଙ୍କ ଉନ୍ମତକାଣ୍ଡ । ବିଜାପୁରରେ ମାଓବାଦୀମାନେ ଠିକାଦାରଙ୍କୁ ଅପହରଣ ପରେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ବିଜାପୁରର ତୁମନାରରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ କାମ ଚାଲିଛି । ଏହାକୁ ବିରୋଧ କରି ମାଓବାଦୀ ମାନେ ଠିକାଦାର ବିଶାଲ କୁମାଙ୍କୁ ହତ୍ୟା କରିବା ସହ ରାସ୍ତା ନିର୍ମାଣ ସ୍ଥାନରେ ମୃତ ଦେହ ଫିଙ୍ଗି ଚାଲିଯାଇଛନ୍ତିା ଏହାସହ ୪ଟି ଗାଡି ବି ପୋଡିଦେଇଛନ୍ତି ମାଓବାଦୀ ।

ସେପଟେ ମାଓବାଦୀଙ୍କ ଉନ୍ମତକାଣ୍ଡ । ଗଛ ପକାଇ ରାସ୍ତା ଅବରୋଧ କରିଥିବାରୁ ବିଦ୍ୟୁତ୍ ତାର ସଂଶ୍ପର୍ଷରେ ଆସି ଜଳିଗଲେ ଜଣେ ନିରୀହ ବାଟୋଇ । ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍ ଗୋର୍ଲା-କରଲା ଖମାର ରାସ୍ତାରେ ଘଟିଛି ଏହି ଦୁଃଖଦ ଘଟଣା । ସୂଚନା ଅନୁଯାୟୀ ଯୁବକ ଜଣକ ଜଙ୍ଗଲକୁ କାଠ ଆଣିବାକୁ ସାଇକେଲରେ ଯାଉଥିବା ସମୟରେ ଅଚାନକ କରେଂଟ ଲାଗିଯାଇଥିଲା । ଆଉ ତାପରେ ଜୀବନ୍ତ ଜଳିଯାଇଛି । ଘଟଣାସ୍ଥଳରୁ ମାଓ ପୋଷ୍ଟର ମିଳିଛି । ନୂଆପଡା ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା ସୁମିତ୍ରା ଧରୁଆ ଓ ମକରନ୍ ପହରିଆକୁ ତୁରନ୍ତ ଛାଡିବା ପାଇଁ ପୋଷ୍ଟରରେ ଦାବି କରାଯାଇଛି । ନୂଆପଡା ମେଞ୍ଜପୁର ସିପିଆଇ ମାଓବାଦୀ ପକ୍ଷରୁ ଏହି ଦାବି କରାଯାଇଛି ।