ମୋଦିଙ୍କ ପାଇଁ ମାନବ ବୋମା ! ରାଜୀବ ଗାନ୍ଧିଙ୍କ ହତ୍ୟା ଶୈଳୀରେ ପ୍ରଧାନମନ୍ତ୍ରୀଙ୍କୁ ମାରିବାକୁ ମାଓବାଦୀଙ୍କ ଚକ୍ରାନ୍ତ

34

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଚକ୍ରାନ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଷଡଯନ୍ତ୍ର । ମାଓବାଦୀମାନେ ଏ ନେଇ ହତ୍ୟା ଷଡଯନ୍ତ୍ର କରିଥବା ଖୁଲାସା ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା କରାଯିବା ଶୈଳୀରେ ତାଙ୍କୁ ହତ୍ୟା କରାଯାଇଉଥିବା ଷଡଯନ୍ତ୍ରର ଖୁଲାସା ହୋଇଛି । ମହାରାଷ୍ଟ୍ର ପୁଣେ ପୋଲିସ ଦ୍ୱାରା ୫ ଜଣ ସିପିଆଇଏମଏଲ ସଦସ୍ୟଙ୍କୁ ଗିରଫ କରାଯାଇଥିଲେ । ଗିରଫଙ୍କ ମଧ୍ୟରୁ ଜଣକ ଘରୁ ଏଭଳି ଚିଠି ଜବତ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଯେମିତି ଭାବେ ହତ୍ୟା କରାଯାଇଥିଲା ଠିକ୍ ସେହିଭଳି ଢଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାରିବାକୁ ମାଓବାଦୀ ଯୋଜନା କରୁଛନ୍ତି । ମାଓବାଦୀଙ୍କ ଏକ ଚିଠିକୁ ଜବତ କରିବା ପରେ ପୁନେ ପୋଲିସ୍ ଏହା ଜାଣିବାକୁ ପାଇଛି।

ଗୁରୁବାର ପୁନେ ପୋଲିସ୍ ଏଠାକାର ଏକ କୋର୍ଟକୁ ସୂଚନା ଦେଇଛି ଯେ ସେମାନେ ଏକ ଚିଠି ଜବତ କରିଛନ୍ତି । ଯେଉଁଥିରେ ଗିରଫ କରାଯାଇଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ଜଣଙ୍କ ଘରୁ ଜବତ କରାଯାଇଛି ।
ଏହି ଚିଠିରେ ଲେଖାଯାଇ ଥିଲା କି, ମୋଦିଙ୍କ ନେତୃତ୍ୱାଧୀନ ହିନ୍ଦୁବାଦୀ ସରକାର ଆଦିବାସୀଙ୍କ ଜୀବନରେ ହସ୍ତକ୍ଷେପ କରୁଛି । ବିହାର ଓ ପଶ୍ଚିମବଙ୍ଗ ବ୍ୟତୀ ମୋଦି ଦେଶର ୧୫ରୁ ଅଧିକ ରାଜ୍ୟରେ ବିଜେପିକୁ ପ୍ରତିଷ୍ଠିତ କରିବାରେ ସଫଳ ହୋଇଛନ୍ତି। ଯଦି ଏହା ଜାରି ରହେ ତା’ହେଲେ ବହୁତ ଅସୁବିଧା ହେବ।” ଏଥିରେ ଆହୁରି ଲେଖାଯାଇଛି,“କମ୍ରେଡ କିସାନ ଓ ଅନ୍ୟ କିଛି ବରିଷ୍ଠ କମ୍ରେଡ ମୋଦି ରାଜ୍କୁ ଶେଷ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ତାଙ୍କୁ ରାଜୀବ ଗାନ୍ଧିଙ୍କ ଭଳି ମାରିବାକୁ ଆମେ ଚିନ୍ତା କରୁଛୁ। ଏହି ପ୍ରସ୍ତାବ ଶୁଣିବାକୁ ଆତ୍ମହତ୍ୟା କଲା ଭଳି ଲାଗୁଛି। ଆମେ ଏଥିରେ ବିଫଳ ବି ହୋଇପାରନ୍ତି। କିନ୍ତୁ ଆମେ ଭାବୁଛୁ ଏହାକୁ କାର୍ୟ୍ୟକାରୀ କରାଯାଇପାରେ। ରୋଡ୍ ଶୋ ବେଳେ ତାଙ୍କୁ ଟାର୍ଗେଟ୍ କଲେ ଆମେ ସଫଳ ହୋଇପାରିବା।”ପୋଲିସ୍ ଯେଉଁ ପାଞ୍ଚ ଜଣଙ୍କୁ ଗିରଫ କରିଛି ସେମାନେ ହେଲେ ସୁରେନ୍ଦ୍ର ଗାଡ୍ଲିଂ, ସୁଧୀର ଧାୱାଲେ, ରୋନା ୱିଲସନ୍, ଶୋମା ସେନ୍ ଓ ମହେଶ ରାଉତ।

ଏଠାରେ ଆମେ କହି ରଖୁଛୁ କି, ରାଜୀବ ଗାନ୍ଧିଙ୍କୁ ଜଣେ ମାନବ ବୋମା ଦ୍ୱାରା ହତ୍ୟା କରାଯାଇଥିଲା। ୧୯୯୧ ମସିହାର ମେ ୨୧ ତାରିଖରେ ତାମିଲନାଡୁର ଶ୍ରୀପେରୁମ୍ବେଦୁରରେ ତାଙ୍କୁ ଆତ୍ମଘାତୀ ଆକ୍ରମଣ ଦ୍ୱାରା ହତ୍ୟା କରାଯାଇଥିଲା। ସେ ନିର୍ବାଚନ ରାଲିରେ ଯୋଗ ଦେବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା।