ମାଓବାଦୀଙ୍କ ଲଭଷ୍ଟୋରୀ, କନ୍ୟାଦାନ କଲା ପୋଲିସ !

116

କନକ ବ୍ୟୁରୋ : ପ୍ରେମରେ ପଡିଲେ ମାଓବାଦୀ । ସାମ୍ନାକୁ ଆସିଛି ଲାଳକରିଡରରୁ ଆସି ପୁଲିସ ବାରାକରେ ରହୁଥିବା ଜଣେ ନକ୍ସଲଙ୍କ ଲଭ ଷ୍ଟୋରୀ । ଛତିଶଗଡର କ୍ୟାଡର ମାଓବାଦୀ ଜ୍ୟୋତି ମାଡକାମୀ ଜରେ ଯୁବକଙ୍କୁ ପ୍ରେମ ବିବାହ କରିଛନ୍ତି । ୯ ବର୍ଷ ବୟସ ହୋଇଥିବା ବେଳେ ଜ୍ୟୋତିଙ୍କୁ ଉଠାଇ ନେଇଥିଲେ ମାଓବାଦୀ । ଏହାପରେ ୧୪ ବର୍ଷ ଧରି ଲାଲ କରିଡରରେ ସକ୍ରିୟ ରହିବା ପରେ ତାଙ୍କୁ ଫୁଲବାଣୀର ପୁଲିସ ବ୍ୟାରାକରେ ରଖାଯାଇଥିଲା ।

୪ବର୍ଷ ଧରି ପୁଲିସ ଅନୁଧ୍ୟାନରେ ରହି ଆସୁଥିଲେ ଜ୍ୟୋତି । ଏହାରି ଭିତରେ ନିକଟରେ ଥିବା ପୁଲିସ କଲୋନୀକୁ ଆସୁଥିବା ଜଣେ ଯୁବକ ରାହୁଲ ମଲ୍ଲିକଙ୍କ ପ୍ରେମରେ ପଡିଯାଇଥିଲେ ଜ୍ୟୋତି ମାଡକାମୀ । ରାହୁଲ ପୁଲିସ କଲୋନୀରେ ରହୁଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଯିବା ଆସିବା କାରିବା ଭିତରେ ରାହୁଲ ଓ ଜ୍ୟୋତିଙ୍କ ପ୍ରେମ ସମ୍ପର୍କ ତିଆରି ହୋଇଥିଲା । ଏହାପରେ ଉଭୟେ ବିବାହ କରିବାକୁ ଚାହିଁଥିଲେ ଓ ଜିଲ୍ଲା ଏସପିଙ୍କୁ ଅବଗତ କରିଥିଲେ । ଜିଲ୍ଲା ପୁଲିସର ସହଯୋଗରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପୂର୍ବ ମାଓନେତ୍ରୀ ଜ୍ୟୋତି ମାଡକାମୀ ଓ ତାଙ୍କ ପ୍ରେମିକ ରାହୁଲ । ଉଭୟଙ୍କୁ ପୁଲିସ ବାରାକରେ ଥିବା ମନ୍ଦିରରେ ବିବାହ କରାଇଛି ।ଏମିତିକି ଜ୍ୟୋତିଙ୍କ କନ୍ୟାଦା କରିଛି ପୁଲିସ ।

ବିବାହ ବେଶ ଧୁମଧାମରେ ହୋଇଥିଲା । ରାହୁଲ ବରଯାତ୍ରୀର ପଟୁଆରରେ ଆସି ଜିଲ୍ଲା ପୁଲି ବାରାକରେ ପହଁଚିଥିଲେ । ନାଚଗୀତର ଆସର ବି ଜମିଥିଲା । ଜିଲ୍ଲା ଏସପିଙ୍କ ଠାରୁ ବହୁ ବରିଷ୍ଠ ଅଧିକାରୀ ବି ଏହି ବାହାଘରରେ ସାମିଲ ହୋଇଥିଲେ । ଏହି ବିବାହ ସହ ପୁଣିଥରେ ସାମ୍ନାକୁ ଆସିଛି ସେହି ସତ । ଯେ ପ୍ରେମ କେତେବେଳେ ଓ କେମିତି ହେବ କେହି ଜାଣନ୍ତି ନାହିଁ । ଏହା ସହ ମୁଖ୍ୟସ୍ରୋତରେ ସାମିଲ ହୋଇ ଏକ ସ୍ୱଚ୍ଛ ସାମାଜିକ ଜୀବନ ଅତିବାହିତ କରିବା ପାଇଁ ବି ସୁଯୋଗ ରହିଥିବା ସ୍ପଷ୍ଟ ହୋଇଛି ।