ପୁଣି ମୁଣ୍ଡ ଗଡାଇଲେ ମାଓବାଦୀ ! ମାଲକାନଗିରି ଜିଲ୍ଲା ଟମଗୁଡାରେ ଜଣଙ୍କୁ ଗୁଳିକରି ହତ୍ୟା

20

କନକ ବ୍ୟୁରୋ : ପୁଣି ମୁଣ୍ଡ ଗଡାଇଲେ ମାଓବାଦୀ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ପୁଣି ଥରେ ମାଓବାଦୀମାନେ ଟାର୍ଗେଟ୍ କରିଛନ୍ତି ନୀରିହ ଆଦିବାସୀଙ୍କୁ । ଏମଭି-୭୯ ଥାନା ଅନ୍ତର୍ଗତ ତେଲେରାଇ ପଂଚାୟତର ଟମଗୁଡାରେ ମାଓବାଦୀ ମାନେ ଜଣଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଟମଗୁଡାର ଦେବା ମାଢିଙ୍କୁ ହତ୍ୟା କରାଯାଇଛି । ଆଉ ଏହା ପଛରେ ମାଓବାଦୀଙ୍କ ସଂପକ୍ତି ଥିବା ନେଇ ସନ୍ଦେହ କରାଯାଉଛି ।

ଏହାସହ ମୋଟୁ ଥାନା ମାନ୍ୟମକୋଣ୍ଡା ପଂଚାୟତରେ ମଧ୍ୟ ଜଣଙ୍କୁ ହତ୍ୟା କରାଯାଇଛି । ମାଢିଗୁଡା ଗାଁର ଜଣେ ଯୁବକ ହତ୍ୟାର ଶିକାର ହୋଇଛନ୍ତି । ଆଉ ଏହି ହତ୍ୟାକାଣ୍ଡ ପଛରେ ବି ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –