କୋରାପୁଟ : ଦର୍ଲିପୁରରେ ଜେସିବି ଜାଳି ଦେଲେ ମାଓବାଦୀ

29

କନକ ବ୍ୟୁରୋ : କୋରାପୁଟ ନନ୍ଦପୁରରେ ଲାଲବାହିନୀର ହିଂସାକାଣ୍ଡ । ଦର୍ଲିପୁରରେ ଜେସିବି ଜାଳି ଦେଇଛନ୍ତି ମାଓବାଦୀ । ଦର୍ଲିପୁର ପାତାଳି ନଦୀରୁ ବାଲି ଉଠାଣକୁ ବିରୋଧ କରି ମାଓବାଦୀମାନେ ଏଭଳି କାଣ୍ଡ କରିଛନ୍ତି । ତେବେ ଘଟଣାସ୍ଥଳରୁ ଧମକପୂର୍ଣ୍ଣ ମାଓ ପୋଷ୍ଟର ଜବତ କରିଛି ପୁଲିସ । ୧୫ରୁ ୨୦ ମାଓବାଦୀ ୩ଟି ଜେସିବି ପୋଡି ଦେଇଛନ୍ତି । ଏହି ପାତାଳି ନଦୀଟି ଆନ୍ଧ୍ର-ଓଡିଶାକୁ ଯୋଡୁଛି ।