ମାଓବାଦୀକୁ ମାରି ଦେଲେ ଗାଁ ଲୋକେ । ଗାଁ ଲୋକଙ୍କ ପଥରମାଡରେ କିଛି କ୍ୟାଡର ମାଓବାଦୀ ଆହତ

643

କନକ ବ୍ୟୁରୋ : ଆଦିବାସୀ ଅଂଚଳରେ ଆଦିବାସୀଙ୍କ ବିଶ୍ୱାସ ହରାଉଛନ୍ତି ମାଓବାଦୀ । ବିକାଶକୁ ବିରୋଧ କରୁଥିବା ମାଓବାଦୀଙ୍କୁ ବିରୋଧ କଲେ ଗାଁ ଲୋକେ । ଗାଁ ଲୋକଙ୍କ ପଥର ମାଡରେ ଜୀବନ ହରାଇଲା ମାଓବାଦୀ, ଅନେକ ମିଲିସିଆ କ୍ୟାଡର ଆହତ ହୋଇଛନ୍ତି ।

ଏପରି ଏକ ଘଟଣା ଘଟିଛି ମାଲକାନଗିରିର ଜନ୍ତୁରାଇ ଗାଁରେ । ଗାଁ ଲୋକଙ୍କ ଉନ୍ନୟନମୂଳକ କାମକୁ ବିରୋଧ କରିବା ପରେ ଏପରି ଘଟଣା ଘଟିଥିବା କୁହାଯାଉଛି । ମାଓବାଦୀ ପହଁଚି ଲୋକଙ୍କୁ ଭୟଭୀତ କରିବାକୁ ଗୁଳି ଚଳାଇବା ପରେ ତାତି ଉଠିଥିଲେ ଲୋକେ । ଟେକା ପଥର ମାଡ କରିଥିଲେ । ଏଥିରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ଜଣାପଡିଛି ।