ପୁଣି ମାତିଲେ ମାଓବାଦୀ ! ରାସ୍ତା ନିର୍ମାଣକୁ ବିରୋଧ କରି ଫୁଲବାଣୀର ବାଲିଗୁଡାରେ ଜେସିବି, ଟ୍ରାକ୍ଟର ପୋଡିଲେ ଲାଲବାହିନୀ

31

କନକ ବ୍ୟୁରୋ : ପୁଣି ମାତିଲେ ମାଓବାଦୀ । ଫୁଲବାଣୀ ଜିଲ୍ଳା ବାଲିଗୁଡା ଥାନା ଅନ୍ତର୍ଗତ କୁର୍ତ୍ତମଗଡ ଓ ଗୁମୁଡୁମାହା ମଧ୍ୟରେ ଚାଲିିଥିବା ରାସ୍ତା ନିର୍ମାଣକୁ ମାଓବାଦୀ ଜୋରଦାର ବିରୋଧ କରିଛନ୍ତି । ରାସ୍ତା ନିର୍ମାଣକୁ ବିରୋଧ କରି ଗୋଟିଏ ଜେସିବି, ୩ଟି ଟ୍ରାକ୍ଟର ପୋଡି ଦେଇଛନ୍ତି । ଏଥିରେ ପ୍ରାୟ ୪୦ରୁ ୫୦ଜଣ ମାଓବାଦୀ ଏହି ପୋଡାଜଳାରେ ସାମିଲ୍ ହୋଇଥିଲେ । ଏହା ସହିତ ଠିକା କ୍ୟାମ୍ପରେ ଥିବା ମ୍ୟାନେଜରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ,ଗତକାଲି ରାତିରେ ୪୦ରୁ ଅଧିକ ମାଓବାଦୀ ଠିକାଦାରଙ୍କ କ୍ୟାମ୍ପ ଉପରେ ଚଢ଼ାଉ କରିଥିଲେ । ସେମାନ କ୍ୟାମ୍ପ୍ରେ ଥିବା ଠିକାଦାରଙ୍କ ମ୍ୟାନେଜରଙ୍କୁ ମାଡ଼ ମାରିବା ସହିତ ସେଠାରେ ଥିବା ଗାଡ଼ିମୋଟରରେ ନିଆଁ ଲଗାଇ ଦେଇଥିଲେ। ପରେ ସେମାନେ ସେଠାରେ ଏକ ମାଓ ପୋଷ୍ଟର ଛାଡ଼ି ଚାଲି ଯାଇଥିଲେ। ଏଥିରେ କୁର୍ତ୍ତମଗଡ – ଗୁମୁଡ଼ୁମାହା ରାସ୍ତା ନିର୍ମାଣକୁ ସେମାନେ ବିରୋଧ କରି ଟ୍ରାକ୍ଟର, ଜେସିବି ପୋଡ଼ିଥିବା ଉଲ୍ଲେଖ କରିଛନ୍ତି।