ଛତିଶଗଡ଼ କାଙ୍କେର ଜିଲ୍ଲା ରାଓଘାଟରେ ନକ୍ସଲ ହମଲା । ଯବାନଙ୍କୁ ଟାର୍ଗେଟ କରି ମାଓବାଦୀଙ୍କ ଲ୍ୟାଣ୍ଡାମାଇନ ବିସ୍ପୋରଣ, ଦୁଇ ଯବାନ ସହିଦ

28

କନକ ବ୍ୟୁରୋ: ଛତିଶଗଡ଼ କାଙ୍କେର ଜିଲ୍ଲା ରାଓଘାଟରେ ନକ୍ସଲ ହମଲା । ଯବାନଙ୍କୁ ଆକ୍ରମଣ କରି ଲ୍ୟାଣ୍ଡାମାଇନ ବିସ୍ପୋରଣ ଘଟାଇଛନ୍ତି ମାଓବାଦୀ । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦୁଇଜଣ ବିଏସଏଫ ଯବାନ ସହିଦ ହୋଇଛନ୍ତି । ସହିଦ ଦୁଇ ବିଏସଏଫ ଯବାନ ହେଉଛନ୍ତି ରାଜେନ୍ଦ୍ର ସିଂ, ଅମରେଶ କୁମାର । ଘଟଣା ପରେ ସଂପୃକ୍ତ ଅଂଚଳରେ କମ୍ବିଂ ଅପରେସନ ଯୋରଦାର କରାଯାଇଛି ।

ସେପଟେ, କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ମାଛକୁଣ୍ଡ ଥାନା ଅନ୍ତର୍ଗତ ଚିଲିବା ଜଙ୍ଗଲରେ ଗତକାଲି ରାତିରେ ବିଏସଏଫ ଜବାନମାନେ କମ୍ବିଂ ଅପରେସନ୍ ଚଳାଇଥିବା ବେଳେ ଏକ ମାଓ କ୍ୟାମ୍ପ ଠାବ କରିଛନ୍ତି । ବିଏସଏଫ ଜବାନମାନେ କ୍ୟାମ୍ପ ନିକଟରେ ପହଞ୍ଚିବା ପୂର୍ବରୁ ମାଓବାଦୀମାନେ ସେ ସ୍ଥାନ ଛାଡ଼ି ଚାଲିଯାଇଥିଲେ । ସେଠାରୁ ବିଏସଏଫ କମ୍ବିଂ ଅପରେସନ୍ ଟିମ୍ ୨ଟି ଏସଏଲଆର ବନ୍ଧୁକ, ୯ଟି ଡିଟୋନେଟର, ବିପୁଳ ପରିମାଣର ଇଲେକ୍ଟ୍ରିକ୍ ତାର, ମାଓବାଦୀଙ୍କ ପୋଷାକ, ଔଷଧ ଓ ମାଓ ପୁସ୍ତିକା ଜବତ କରିଛନ୍ତି ।