କଳାହାଣ୍ଡିରେ ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ : ଭବାନୀପାଟଣାରେ ଗ୍ରାମରକ୍ଷୀଙ୍କୁ ଗଳା କାଟି ହତ୍ୟା

25

କଳାହାଣ୍ଡି : କଳାହାଣ୍ଡିରେ ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ । ଭବାନୀପାଟଣାରେ ଗ୍ରାମରକ୍ଷୀଙ୍କୁ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ । ପୁଲିସ ଇନଫର୍ମର ସନ୍ଦେହରେ କଟଲାଙ୍ଗ ଗାଁର ଚେମୁ ହରିଜନଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ସେନ୍ଦେହ କରାଯାଉଛି । ତେବେ ତାଙ୍କ ଗଳା କାଟି ଅତି ନର୍ମମ ଭାବେ ହତ୍ୟା କରିବା ପରେ ତାଙ୍କ ବାଇକକୁ ପୋଡି ଦେଇଛନ୍ତି ।

ଗତକାଲି ରାତିରେ କଙ୍କଲାଙ୍ଗ ଗାଁର ୬ ଜଣ ବ୍ୟକ୍ତିଙ୍କୁ ୩୦ରୁ ଅଧିକ ମାଓବାଦୀ ଅପହରଣ କରି ନେଇଥିଲେ । ତେବେ ମାଓ କମାଣ୍ଡର ସଂଗୀତାର ଏନକାଂଉଟର ପ୍ରତିବାଦରେ ଚେମୁ ହରିଜନଙ୍କୁ ହତ୍ୟା କରିବା ପରେ ଅନ୍ୟମାନଙ୍କୁ ଚେତାବନୀ ଦେଇ ଛାଡି ଦେଇଛନ୍ତି । ସେପଟେ ସଲପାଙ୍ଗ ଗାଁର ଗ୍ରାମରକ୍ଷୀ ରଘୁ ନାୟକ ଓ ଅନ୍ୟ ଜଣଙ୍କୁ ମାଓବାଦୀ ଅପହରଣ କରି ନେଇଥିବା ଜଣାପଡିଛି ।