ମାଓବାଦୀଙ୍କ ମନୋବଳ ବଢ଼ାଇବାକୁ ଭିଡିଓ ଜାରି କଲା ଲାଲବାହୀନି ! ଅପରେସନ୍ ଗ୍ରୀନ ହଂଟକୁ ବିରୋଧ କରି ଆକ୍ରମଣ କରିଥିବା ସୂଚନା

47

କନକ ବ୍ୟୁରୋ: ବୁର୍କାପାଲି ମାଓ ଆକ୍ରମଣକୁ ନେଇ ମାଓବାଦୀଙ୍କ ପକ୍ଷରୁ ପ୍ରଥମ ଭିଡିଓ ଜାରି କରାଯାଇଥିବାବେଳେ ଆଉ କିଛି ଭିଡିଓ କନକ ନ୍ୟୁଜର ହସ୍ତଗତ ହୋଇଛି । କେମିତି ପିଏଲଜିଏ ବାହିନୀ ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରିଥିଲେ ତାହାକୁ ଗ୍ରାଫିକ୍ସ ମାଧ୍ୟମରେ ଦେଖାଯାଇଛି ଏହି ଭିଡିଓରେ । ଆକ୍ରମଣ ଆରମ୍ଭଠାରୁ ଶେଷ ଯାଏ ସବୁକିଛି ଏହି ଡକ୍ୟୁମେଂଟାରୀରେ ସ୍ଥାନ ପାଇଛି ।

ତେବେ ମାଓବାଦୀମାନେ ଜଙ୍ଗଲରେ ରହି କିଭଳି ଏହି ଡକ୍ୟୁମେଂଟାରୀ ତିଆରି କଲେ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜଙ୍ଗଲ ବାହାରେ ମଧା ମାଓବାଦୀଙ୍କ ଏକ ବଡ ନେଟୱର୍କ କାମ କରୁଥିବା ସ୍ପଷ୍ଟ ହୋଇଛି ।

ଉଲ୍ଲେଖ ଥାଉ କି, ନିକଟରେ ପ୍ରଥମ ଥର ପାଇଁ ମାଓବାଦୀ ଜାରି କରିଥିଲା ଏକ ଡକ୍ୟୁମେଂଟାରୀ ଭିଡିଓ । ବୁର୍କାପାଲ ଏନକାଉଣ୍ଟରକୁ ୧ ବର୍ଷ ପୁରିବାକୁ ଥିବା ବେଳେ ଏହି ଭିଡିଓ ରିଲିଜ କରି ମାଓଶକ୍ତି ଦେଖାଇବାକୁ ପ୍ରୟାସ କରିଛି ଲାଲବାହିନୀ । ଭିଡିରେ ରହିଛି ବୁର୍କାପାଲ୍ ମାଓ ହମଲାର ସତ ଗରିଲା ଯୁଦ୍ଧରେ ମାହିର ପିଏଲଜିଏ କ୍ୟାଡରଙ୍କ ହାତରେ ଏକେ ୪୭ ବନ୍ଧୁକ । ତୁହାକୁ ତୁହା ଗୁଳିବର୍ଷଣ । ଘଂଚ ଜଙ୍ଗଲରେ ଚାଲିଛି ମାଓ ଅପରେସନ୍ । ୨୫ ଜଣ ଯବାନଙ୍କ ଜୀବନ ନେଇଥିବା ଛତିଶଗଡ ବୁର୍କାପାଲ୍ ମାଓ ହମଲାର ପ୍ରମାଣ ଦେଇଛି ଲାଲବାହୀନି । ପୁରା ଅପରେସନକୁ ଡକ୍ୟୁମେଂଟାରୀ ଭିଡିଓ କରି ଜାରି କରିଛି ଲାଲବାହିନୀ । କେମିତି ମାଓବାଦୀଙ୍କ ଚକ୍ରବ୍ୟୁହରେ ଫସିଯାଇଥିଲେ ସିଆରପିଏଫ୍ ଯବାନ ଏବଂ ସଫଳ ହୋଇଥିଲା ଅପରେସନ, ସେସବୁ ରହିଛି ଏହି ଭିଡିଓରେ ।

ମାଓ ଅପରେସନର ଟିକିନିଖି ଦୃଶ୍ୟ ରହିଛି ଡକ୍ୟୁମେଂଟାରୀ ଭିଡିଓରେ । ଯବାନଙ୍କ ଗୁଳିରେ ପ୍ରାଣ ହରାଇଥିବା ଦୁଇ କମରେଡଙ୍କୁ ଶେଷ ସମ୍ମାନ ଦେଉଛି ଲାଲବାହୀନି । ଲାଲ ସଲାମରେ ଫାଟି ପଡୁଛି ଦଣ୍ଡକାରଣ୍ୟ । ଛତିଶଗଡ ସୁକମାର ବୁର୍କାପାଲରେ ମାଓବାଦୀ ଘଟାଇଥିବା ଏତେବଡ ହିଂସାକାଣ୍ଡ ପାଇଁ ମୋଦି ସରକାରଙ୍କ ମାଓ ବିରୋଧୀ ଦମନ ନୀତିକୁ ଦାୟୀ କରାଯାଇଛି । ବିଶେଷ କରି ଗ୍ରୀନ ହଂଟ୍ ଅପରେସନକୁ ବିରୋଧ କରି ରକ୍ତର ହୋଲି ଖେଳିଥିଲେ ମାଓବାଦୀ ।