ମାଓନେତ୍ରୀ ଝାନସୀଙ୍କ ଆତ୍ମସମର୍ପଣ: ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କ ଅପହରଣରେ ଥିଲେ ସଂପୃକ୍ତ

23

ବିଶାଖାପଟଣା ଏସପିଙ୍କ ନିଟକରେ ଆତ୍ମସମର୍ପଣ କରିଛନ୍ତି ୩ ହାର୍ଡକୋର ମାଓବାଦୀ । ଏମାନଙ୍କ ମଧ୍ୟରେ ଅଛନ୍ତି ମହିଳା ମାଓନେତ୍ରୀ  କୋରା ଘାସୀ ଓରଫ ଝାନସୀ । ଝାନସୀ କୋରୁକୋଣ୍ଡା ଦଳରେ ୨୦୦୭ ମସିହାରୁ ସକ୍ରିୟ ରହି ବହୁ ହିଂସାକାଣ୍ଡ ଘଟାଇଥିବା ଜଣାପଡିଛି । ବିଶେଷ କରି ୨୦୧୧ ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ଆର.ଭିନଲ୍ କ୍ରିଷ୍ଣାଙ୍କ ଅପହରଣ ଘଟଣାରେ ଝାନସୀ ସମ୍ପୃକ୍ତ ଥିବା ସୂଚନା ମିଳିଛି । ଝାନସୀଙ୍କ ନାଁରେ ବହୁ ମାମଲା ରହିଛି । ବିଶାଖାପଟଣା ଜିଲ୍ଲାରେ ୨୪ଟି ମାମଲା ଥିବା ବେଳେ  ମାଲକାନଗିରି ଜିଲ୍ଲାରେ ୨୦ରୁ ଅଧିକ ମାମଲାରେ ତାଙ୍କର ସମ୍ପୃକ୍ତି ରହିଛି । ତେବେ ଆତ୍ମସମର୍ପଣ କରିଥିବା ଆନ୍ୟ ଦୁଇ ମାଓବାଦୀ ହେଲେ କୋରୁକୋଣ୍ଡା ଏରିଆ କମିଟି ମିଲିସିଆ ସଦସ୍ୟ ବି. ଆପାରାଓ ଓ ଭି. ଲଛମାୟା । ମାଓଆଦର୍ଶରୁ ବିଚ୍ୟୁତ ହୋଇ ଆଜି ଗ୍ରାମାଂଚଳ ଏସପି କୋୟା ପ୍ରବୀଣଙ୍କ ନିକଟର ଆତ୍ମସମର୍ପଣ କରିଛନ୍ତି ।