ସାମ୍ନାକୁ ଆସିଲା ମାଓବାଦୀଙ୍କ ପ୍ରଜାକୋର୍ଟର ବର୍ବର ଚିତ୍ର ! ପୁଲିସ୍ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ନିର୍ଯାତନା

26

କନକ ବ୍ୟୁରୋ: ସାମ୍ନାକୁ ଆସିଲା ମାଓବାଦୀଙ୍କ ପ୍ରଜାକୋର୍ଟର ବର୍ବରଚିତ୍ର । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କ ଗଛରେ ଟାଙ୍ଗି ମାଡ ମାରୁଥିବାର ଚିତ୍ର ସାମ୍ନାକୁ ଆସିଛି । ସଂପୃକ୍ତ ଯୁବକଙ୍କୁ ମାଡ ମାରୁଛନ୍ତି ମାଓନେତା । ପ୍ରାଜକୋର୍ଟରେ ସ୍ଥାନୀ ଗ୍ରାମବାସୀ ବି ଉପସ୍ଥିତ ଅଛନ୍ତି । କଥାବାର୍ତାକୁ ଯାହା ଜଣାପଡୁଛି ଇନଫର୍ମର ସନ୍ଦହରେ ଯୁବକଙ୍କୁ ଦଣ୍ଡ ଦିଆଯାଉଛି ।

ପ୍ରଜାକୋର୍ଟରେ ଯୁବକଙ୍କ ଲାଗି ମୃତ୍ୟୁଦଣ୍ଡର ଫରମାନ ଜାରି କରାଯାଇଥିବାବେଳେ ଯୁବକଙ୍କୁ ଆଉ ଏକ ସୁଯୋଗ ଦେବାକୁ ଗ୍ରାମବାସୀ କହୁଛନ୍ତି । ତେବେ ଏହି ଫୁଟେଜ କେଉଁଠି ଓ କେଉଁ ସମୟର ସେ ନେଇ କିଛି ସ୍ପଷ୍ଟ ଚିତ୍ର ମିଳୁନାହିଁ । ପଡୋଶୀ ଛତିଶଗଡର ଏହି ଦୃଶ୍ୟ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –