ଲାଲ ସଂଗଠନରୁ ମୁହଁ ଫେରାଉଛନ୍ତି ମାଓବାଦୀ : ମାଲକାନଗିରି ଏସପିଙ୍କ ନିକଟରେ ହାର୍ଡକୋର ମାଓ ଦମ୍ପତିଙ୍କ ଆତ୍ମସମର୍ପଣ

25

ମାଲକାନଗିରି : ଲାଲ ସଂଗଠନରୁ ମୁହଁ ଫେରାଉଛନ୍ତି ମାଓବାଦୀ । ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ହାର୍ଡକୋର ମାଓ ଦମ୍ପତି । ମାଓ ଦମ୍ପତି ଶୁକଦେବ ଓ ରୁକ୍ମଣୀ । ଶୁକଦେବ କାଳିମେଳା ଦଳମର କମାଣ୍ଡର ଥିବା ବେଳେ ରୁକ୍ମଣୀ ବୈପାରୀଗୁଡା ଦଳମର କମାଣ୍ଡ ଭାବେ କାମ କରୁଥିଲେ । ଶୁକଦେବଙ୍କୁ ଧରାଇଦେବା ଲାଗି ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିବା ବେଳେ ରୁକ୍ମଣୀଙ୍କ ନାଁରେ ୪ ଲକ୍ଷ ଟଙ୍କ ରହିଥିଲା । ଏମାନେ ବହୁ ମାଓ ହିଂସାକାଣ୍ଡରେ ସମ୍ପୃକ୍ତି ଥିବା ନେଇ ସୂଚନା ଦେଇଛନ୍ତି ମାଲକାନଗିରି ଏସପି ମିତ୍ରଭାନୁ ମହାପାତ୍ର ।