ମାଲକାନଗିରି ପୋଲିସ ନିକଟରେ ବୈପାରୀଗୁଡା ଏରିଆ କମିଟିର ମାଓ କମାଣ୍ଡର ସୋମେ ସୋଢୀ କଲେ ଆତ୍ମସମର୍ପଣ !

29

କନକ ବ୍ୟୁରୋ : ଦୁର୍ବଳ ହୋଉଛି ମାଓ ସଙ୍ଗଠନ । ମାଲକାନଗିରି ପୋଲିସ ନିକଟରେ ବୈପାରୀଗୁଡା ଏରିଆ କମିଟିର ମାଓ କମାଣ୍ଡର ସୋମେ ସୋଢୀ ଓରଫ ମୁଦେ ଓରଫ ନାନ୍ଦେ ଆତ୍ମ ସମର୍ପଣ କରିଛନ୍ତି । ସୋମେ ଗତ ୨୦୦୫ ମସିହାରୁ ଆନ୍ଧ୍ର ଓଡିଶା ସ୍ପେଶାଲ ଜୋନାଲ କମିଟିରେ ସକ୍ରିୟ ରହି ବହୁ ବଡ ବଡ ହିଂସା କାଣ୍ଡରେ ସଂପୃକ୍ତ ଥିବା ଜଣାପଡିଛି । ୨୦୧୦ରେ ଏସ.ଓ.ଜି ବସ ବିସ୍ଫୋରଣ, ୨୦୧୬ରେ ୨ ବି.ଏସ.ଏଫ ଯବାନଙ୍କୁ ହତ୍ୟା ସମେତ ୮ରୁ ଉର୍ଦ୍ଧ୍ୱ ହତ୍ୟା କାଣ୍ଡ ଓ ଅନେକ ମୋବାଇଲ ଟାୱାର ପୋଡି ଘଟଣା ରେ ସୋମେ ସମ୍ପୃକ୍ତ ଅଛି ।

ସୋମେଙ୍କ ନାଁ ରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇ ଥିବା ବେଳେ ଶାରୀରିକ ଅସୁସ୍ଥତା କାରଣରୁ ସୋମେ ମାଲକାନଗିରି ଏସ.ପି ଜଗମୋହନ ମୀନାଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ତେବେ ସୋମେଙ୍କୁ ସମସ୍ତ ପ୍ରକାରର ଚକିତ୍ସା ଓ ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁସାରେ ସହାୟତା ଯୋଗାଇ ଦିଆ ଯିବ ବୋଲି ମାଲକାନଗିରି ଏସ.ପି କହିଛନ୍ତି ।