ଲାଲଗଡ ଛାଡୁଛନ୍ତି ମାଓବାଦୀ : ମାଲକାନଗିରି ପୁଲିସ ନିକଟରେ ମାଓ କମାଣ୍ଡର ରାଧାଙ୍କ ଆତ୍ମସମର୍ପଣ

19

ମାଲକାନଗିରି : ମାଲକାନଗିରି ପୁଲିସ ନିକଟରେ ମାଓ କମାଣ୍ଡରଙ୍କ ଆତ୍ମସମର୍ପଣ । ମାଓ କମାଣ୍ଡର ରାଧା ଏସପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେ କାଲିମେଳା ଦଳମର କମାଣ୍ଡର ଥିଲେ । ତାଙ୍କ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ରାଧା କାଲିମେଳା ଓ ପଡିଆ ଅଂଚଳରେ ସକ୍ରିୟ ଥିବା ବେଳେ ୫୦ରୁ ଅଧିକ ମାଓ ହିଂସାରେ ସମ୍ପୃକ୍ତ ଥିବା ପୁଲିସ ସ୍ପଷ୍ଟ କରିଛି । ତେବେ ଲାଲ ସଂଗଠନ ମୁଖ୍ୟ ଲକ୍ଷ୍ୟରୁ ଓହରି ଯାଉଥିବାରୁ ମାଓବାଦୀମାନେ ସଂଗଠନ ଆଡୁ ମୁହଁ ଫେରାଉଛନ୍ତି ।