ଦାମ ଆଦିବାସୀଙ୍କ ନେତା ଓ ଭଗବାନ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ ନେଇ ଉଠାଇଲା ପ୍ରଶ୍ନ । ଦାମଙ୍କ ସପକ୍ଷରେ ରାୟଗଡାରେ ପୋଷ୍ଟର ମାରିଲା ଚାଷୀ ମୂଲିଆ ଆଦିବାସୀ ସଂଘ ।

26

କନକ ବ୍ୟୁରୋ : ଦାମଙ୍କ ସପକ୍ଷରେ ବାହାରିଲେ ମାଓ ସମର୍ଥକ । ମାଓବାଦୀଙ୍କ ସମର୍ଥକ ଭାବେ ଜଣାଶୁଣା ଚାଷୀ ମୂଲିଆ ଆଦିବାସୀ ସଂଘ ପକ୍ଷରୁ ପୂର୍ବତନ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ସପକ୍ଷରେ ଏହି ପୋଷ୍ଟର ଲଗାଯାଇଛି । ରାୟଗଡା ଆମ୍ବଦୋଳାରେ ଏକାଧିକ ପୋଷ୍ଟର ମାରି ଦାମୋଦର ରାଉତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରାଯାଇଛି ।

dama 4ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ମନ୍ତ୍ରୀପଦରୁ ବହିଷ୍କାର କରିଥିବାରୁ ଏହାକୁ ପୋଷ୍ଟରରେ ବିରୋଧ କରାଯାଇଛି । ଏପରିକି ଦାମୋଦର ରାଉତଙ୍କୁ ମାଓବାଦୀଙ୍କ ନେତା ଓ ଭଗବାନ ବୋଲି ପୋଷ୍ଟରରେ ଲେଖାଯାଇଛି । ମାଲ୍ୟବନ୍ତ ଉତ୍ସବରେ ଦାମ ବାବୁ ଆଦିବାସୀଙ୍କ ସଂପର୍କରେ ବହୁତ ଭଲକଥା କହିଥିଲେ ବୋଲି ଏଥିରେ ଉଲ୍ଲେଖ ରହିଛି । ଏପରିକି ଚିଟଫଣ୍ଡ ଦୁର୍ନୀତିରେ ସଂପୃକ୍ତ ନେତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଉନଥିବାବେଳେ ଦାମଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଗଲା ବୋଲି ପ୍ରଶ୍ନ କରାଯାଇଛି ।

ମାଲ୍ୟବନ୍ତ ଉତ୍ସବରେ ଦାମ ବାବୁ ଆଦିବାସୀମାନେ ଭିକ ମାଗନ୍ତି ନାହିଁ ବୋଲି କହିଥିଲେ । ସେଥିପାଇଁ ଦାମଙ୍କ ସପକ୍ଷରେ ଚାଷୀ ମୂଲିଆ ଆଦିବାସୀ ସଂଘ ବାହାରିଥିବା କୁହାଯାଉଛି ।