ନାରାୟଣ ପାଟଣାର ତଳଗୁମାଣ୍ଡିରେ ମାଓ ପୋଷ୍ଟର ! ଜୁଲାଇ୨୮ ରୁ ଅଗଷ୍ଟ ୩ ତାରିଖ ଯାଏ ସହିଦ ସପ୍ତାହ ପାଳନ କରିବାକୁ ଆହ୍ୱାନ

26

କନକ ବ୍ୟୁରୋ : ସହିଦ ସପ୍ତାହ ପାଇଁ ମାଓବାଦୀ ମାରିଲେ ପୋଷ୍ଟର । ଜୁଲାଇ୨୮ ରୁ ଅଗଷ୍ଟ ୩ ତାରିଖ ଯାଏ ସହିଦ ସପ୍ତାହ ପାଳନ କରିବା ପାଇଁ ଆହ୍ୱାନ ଦେଲେ ମାଓବାଦି । ଏଥିପାଇଁ ନାରାୟଣ ପାଟଣାର ତଳଗୁମାଣ୍ଡିରେ ଲାଗିଛି ପୋଷ୍ଟର । ଆନ୍ଧ୍ର ଓଡ଼ିଶା ବର୍ଡ଼ର ଜୋନାଲ କମିଟିର ପ୍ରତିଷ୍ଠାତା ନେତା ସହିଦ କମ୍ରେଡ଼ ଚାରୁ ମଜୁମଦାର ଓ କହ୍ନାଇ ଚାର୍ଟାଜିଙ୍କ ସ୍ମୃତି ଉଦ୍ଦେଶ୍ୟରେ ସହିଦ ସପ୍ତାହ ପାଳିବାକୁ ଜନସାଧାରଣଙ୍କୁ ସାମିଲ ହେବା ପାଇଁ ମାଓବାଦୀ ମାରିଛନ୍ତି ପୋଷ୍ଟର । ପୋଷ୍ଟରରେ ଲେଖା ରହିଛି ବିପ୍ଳବି କେବେ ମରି ନାହିଁ କି ମରିବ ନାହିଁ । ଯେତେ ସାମ୍ରାଜ୍ୟବାଦି , ସାହୁକାର ଓ ସରକାର ଏହି ବିପ୍ଳବିକୁ ରୋକିବାକୁ ଚାହିଁଲେ ମଧ୍ୟ ରୋକି ପାରିବେ ନାହିଁ ।

ଓଡ଼ିଶା ଏକ ଧନୀ ରାଷ୍ଟ୍ର ଏଠାରେ ଜଳ, ଜମି , ଜଙ୍ଗଲ, ଓ ଖଣିଜ ପଦାର୍ଥ ଭରି ରହିଥିବା ବେଳେ ଏହାକୁ ଲୁଟି ଚାଲିଛନ୍ତି ସରକାରଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ିଆମାନେ । ରାଜ୍ୟର ୮୦ ପ୍ରତିଶତ ଲୋକ ଅଭାବ ଅନଟନରେ ରହୁଥିବା ବେଳେ ସେମାନଙ୍କୁ ପଶୁତୁଲ୍ୟ ବ୍ୟବାହାରକୁ ବରଦାସ୍ତ କରାଯିବ ନାହିଁ । ଏହି ବିପ୍ଲବ ଆଗକୁ ଚାଲୁ ରହିବ ଓ ବଡ଼ ଧରଣର ଜନ ଆନ୍ଦୋଳନରେ ପରିଣତ କରାଯିବ । ଅନ୍ୟ ପଟେ ଜିଲ୍ଲା ପୋଲିସ ଏହି ପୋଷ୍ଟରକୁ ଦେଖି ଭୟଭୀତ ନ ହେବା ପାଇଁ ସୂଚନା ଦେଇଛନ୍ତି ।