ଗଞ୍ଜାମରେ ସକ୍ରିୟ ହେଲା ଲାଲବାହିନୀ ! ପୋଷ୍ଟର ଲଗାଇ ଦୁଇ ବିଧାୟକଙ୍କୁ ଦେଲେ ହତ୍ୟା ଧମକ ।

ଦୀର୍ଘ ଦିନର ବ୍ୟବଧାନ ପରେ ବିଚ୍ଛିନାଞ୍ଚଳ ଛାଡ଼ି ଗଞ୍ଜାମ ଜିଲ୍ଲାରେ ସକ୍ରିୟ ହେଲା ଲାଲ ବାହିନୀ ।

167

କନକ ବ୍ୟୁରୋ: କିଛି ଦିନର ବୀରତି ପରେ ପୁଣି ଗଞ୍ଜାମ ଜିଲ୍ଲାରେ ଲାଗିଲା ମାଓ ପୋଷ୍ଟର । ଦୁଇ ଜଣ ବିଧାୟକଙ୍କୁ ହତ୍ୟା ଧମକ ଦେଇଥିବା ପୋଷ୍ଟରରୁ ଜଣାପଡ଼ିଛି । ଏହାକୁ ନେଇ ଏବେ ଖେଳିଛି କୋକୁଆ ଭୟ । ତେବେ ବିଚ୍ଛିନାଞ୍ଚଳ ଛାଡ଼ି ଗଞ୍ଜାମ ଜିଲ୍ଲାରେ ସକ୍ରିୟ ହୋଇଛି ଲାଲ ବାହିନୀ । ସୂଚନା ମୁତାବକ ଦୀର୍ଘ ଦିନର ବ୍ୟବଧାନ ପରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଦଦରଲୁଣ୍ଡା ଛକରେ ସିପିଆଇ ପକ୍ଷରୁ ମାଓ ପୋଷ୍ଟର ଲଗାଯାଇଛି ।

ତେବେ ଦଦର ଲୁଣ୍ଡାରେ ଆଜି ସକାଳୁ ସକାଳୁ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଲାଲବାହିନୀର ଏହି ପୋଷ୍ଟରରେ ଦୁଇ ଜଣ ବିଧାୟକଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା ଧମକ ଦିଆଯାଇଛି । ଗଂଜାମର ଜଣେ ଓ କନ୍ଧମାଳର ଜଣେ ବିଧାୟକଙ୍କୁ ଏହି ହତ୍ୟା ଧମକ ଦିଆଯାଇଥିବା ଜଣାପଡ଼ିଛି । ମାଓପୋଷ୍ଟର ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।