ମାଲକାନଗିରି ସୀମାରେ ପୁଲିସ-ମାଓବାଦୀ ଗୁଳିବିନିମୟ । ୨ ମାଓବାଦୀ ମୃତ । ସର୍ଚ୍ଚ ଅପରେସନ ଜାରି 

25

କନକ ବ୍ୟୁରୋ : ମାଲକାନଗିରି ସୀମାରେ ପୁଲିସ-ମାଓବାଦୀ ଗୁଳିବିନିମୟ । ସୁକମା ଜିଲ୍ଲା ଚିନ୍ତଲନାର ଜଙ୍ଗଲରେ ଗୁଳିବିନିମୟ ଚାଲିଛି । ପୁଲିସ ଗୁଳିରେ ୨ ମାଓବାଦୀଙ୍କ ମୃତ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ଅଛନ୍ତି । ଅନେକ ଜୀବନ୍ତ ଗୁଳି ଜବତ ହୋଇଛି ।  କୋବ୍ରା  ଓ ଛତିଶଗଡ ଯବାନଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି ।

ବାଲିଚାଲାଣକୁ ବିରୋଧ କରି ତେଲେଙ୍ଗାନାର ଭୂପତିରାଓ ପେଟାରେ ମାତିଛନ୍ତି ମାଓବାଦୀ । ମାଓବାଦୀମାନେ ଜଣକୁ ଗୁଳିକରି ହତ୍ୟା କରିଥିବାବେଳେ ଜଣକୁ ମରଣାନ୍ତକ ଆକ୍ରମଣ କରିଛନ୍ତ । ଏହାସହ ବ୍ୟାପକ ପୋଡାଜଳା କରିଛନ୍ତି । ମାଓବାଦୀମାନେ ୪ଟି ଟିପ୍ପର, ୩ଟି ଜେସିବି ମେସିନ, ଓ ଗୋଟିଏ ଟ୍ରାକ୍ଟର ପୋଡିଦେଇଛନ୍ତି ।  ଘଟଣା ପରେ ସଂପୃକ୍ତ ଅଂଚଳକୁ  ଘେରାବନ୍ଦୀ କରାଯାଇ କମ୍ବିଂ ଅପରେସନ ଆରମ୍ଭ ହୋଇଛ ିା

କିଛିଦିନ ପୂର୍ବରୁ କଳାହାଣ୍ଡି ଜିଲ୍ଲା ଲାଂଜିଗଡରେ ମାଓ ହମଲା ଦେଖିବାକୁ ମିଳିଥିଲା । ଜମକନା ସ୍ଥିତ ଠିକାଦାର କ୍ୟାମ ଉପରେ ମାଓବାଦୀ ଆକ୍ରମଣ କରିଥିଲେ । ୫୦ରୁ ଅଧିକ ମହିଳା ଓ ପୁରୁଷ ମାଓବାଦୀ ବିଳମ୍ବିତ ରାତିରେ ଆସି କ୍ୟାମ୍ପର କର୍ମଚାରୀଙ୍କୁ ବନ୍ଦରଖି ସେଠାରେ ଥିବା ସମସ୍ତ ଗାଡିଙ୍କୁ ପୋଡି ଦେଇଥିଲେ । ୪ଟି ଟାକ୍ଟ୍ରର ଗୋଟିଏ ଜେସିବି ଓ ଗୋଟି ଡମ୍ପର ପୋଡି ଦେଇ ୧୫ରୁ ଅଧିକ ପୋଷ୍ଟର ଛାଡି ଯାଇଥିଲେ ।

ପୋଷ୍ଟରରେ ସିପିଆଇ ମାଓବାଦୀଙ୍କ ନାଁ ଉଲ୍ଲେଖ ରହିଥିଲା । ପୋଷ୍ଟରରେ ଗୁଣ୍ଡରିରୁ କାଡାମ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତାକୁ ବିରୋଧ କରାଯାଇଥିଲା । ଲୋକଙ୍କୁ ଜଳ ପ୍ରକଳ୍ପ ପାଇଁ ବିସ୍ଥାପନ କରି ଚଉଡା ରାସ୍ତା ନିର୍ମାଣକୁ ବିରୋଧ କରାଯାଇଥିବା ବେଳେ ମହିଳା ଓ ପୁରୁଷ ଶ୍ରମିକଙ୍କୁ ସମାନ ପାଉଣା ଦାବି କରାଯାଇଥିଲା ।