ପାଟଣାଗଡ : ଗଣତନ୍ତ୍ର ଦିବସକୁ କଳା ଦିବସ ଭାବେ ପାଳନ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଲାଲ ସଂଗଠନ

17

କନକ ବ୍ୟୁରୋ : ଗଣତନ୍ତ୍ର ଦିବସକୁ କଳା ଦିବସ ଭାବେ ପାଳନ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଲାଲ ସଂଗଠନ । ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପକଣ୍ଠର ମାତ୍ର ୩ କିଲୋମିଟର ଦୂରରେ ଥିବା ଗଙ୍ଗାସାଗର ଗାଁ ହାଇସ୍କୁଲ ପଡିଆରେ ଦେଖିବାକୁ ମିଳିଛି ମାଓ ବ୍ୟାନର । ସେଥିରେ ଉଲ୍ଲେଖ ରହିଛି ଗଣତନ୍ତ୍ର ଦିବସକୁ କଳା ଦିବସ ଭାବେ ଗାଁ ଗାଁରେ ପାଳନ କରନ୍ତୁ ।

ଯେଉଁଠି ଜାତୀୟ ପତାକା ଉତୋଳନ କରାଯାଇଛି ସେଠାରୁ ତ୍ରିରଙ୍ଗା ପତାକାକୁ ଉପାଡି ଫିଙ୍ଗନ୍ତୁ ବୋଲି ମାଓ ବ୍ୟାନରରେ ଲେଖା ରହିଛି । ପାଟଣାଗଡ ଅଂଚଳରେ ପ୍ରଥମ ଥର ପାଇଁ ଏଭଳି ମାଓ ପୋଷ୍ଟର ଦେଖିବାକୁ ମିଳିଥିବାରୁ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇଯାଇଛନ୍ତି । ଗଣତନ୍ତ୍ର ଦିବସ ସହ ପଂଚାୟତ ନିର୍ବାଚନ ବର୍ଜନ କରିବା ପାଇଁ ମାଓବାଦୀ ଧମକ ଦେଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ :