ମାଲକାନଗିରି ସ୍ୱାଭିମାନ ଅଂଚଳରେ ସରିଲା ମାଓ ଅପରେସନ : ମାଓନେତ୍ରୀ ମୀନାର ଶବ ନେଇ ଫେରିଲେ ଆନ୍ଧ୍ର ଯବାନ

53

କନକ ବ୍ୟୁରୋ : ମାଲକାନଗିରି ସ୍ୱାଭିମାନ ଅଂଚଳରେ ସରିଲା ମାଓ ଅପରେସନ । ଟପ୍ ମାଓନେତ୍ରୀ ମୀନା ଓରଫ ମିଦି ଗିନ୍ଦା ପ୍ରମିଳାଙ୍କ ଶବ ନେଇ ଫେରିଛନ୍ତି ଆନ୍ଧ୍ର ଯବାନ । ଅନ୍ୟପଟେ ଏହି ଅପରେସନରେ ୩ ମହିଳା ମାଓବାଦୀ ସମେତ ୪ ମାଓବାଦୀ ଗିରଫ କରିଛନ୍ତି ସୁରକ୍ଷାକର୍ମୀ । ଏହା ସହ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ବନ୍ଧୁକ ଓ ବିସ୍ଫୋରକ ଜବତ ହୋଇଛି ।