ପୁଲିସ ଓ ପ୍ରଶାସନକୁ ପୁଣି ଖୋଲା ଚାଲେଞ୍ଜ: ମାଲକାନଗିରି ସ୍ୱାଭିମାନ ଅଂଚଳରୁ ପୁଣି ଆସିଲା ମାଓମେଳିର ଆଉ ଏକ ଚିତ୍ର

32

କନକ ବ୍ୟୁରୋ: ସହିଦ ସପ୍ତାହର ଶେଷ ଦିନରେ ପୁଣି ମାଲକାନଗିରି ସ୍ୱାଭିମାନ ଅଂଚଳରୁ ଆସିଛି ମାଓମେଳିର ଆଉ ଏକ ଚିତ୍ର । ଓଡିଶା-ଆନ୍ଧ୍ର ସୀମାନ୍ତ କସପୁଟ ଗାଁରେ ମାଓନେତା ସୁଧୀରଙ୍କ ନେତୃତ୍ୱରେ ଏକାଠି ହେଲେ ବିଦ୍ରୋହୀ । ଏଥିରେ ଗ୍ରୀନହଂଟ ଅପରେସନ ଓ ଗୁରୁପ୍ରିୟା ସେତୁକୁ ବିରୋଧ କରାଯାଇଛି । ସହିଦ ସପ୍ତାହ ଆରମ୍ଭ ବେଳେ ସ୍ୱାଭିମାନ ଅଚଂଳରୁ ଏଭଳି ଏକ ମାଓମେଳିର ଚିତ୍ର ସାମ୍ନାକୁ ଆସିଥିଲା ।

ପୋଲିସ ଓ ପ୍ରଶାସନକୁ ଖୋଲା ଚ୍ୟାଲେଂଜ ଦେଇ ମାଲକାନଗିରିର ସ୍ୱାଭିମାନ ଅଂଚଳରେ ପ୍ରଜାମେଳି କରିଥିଲେ । ବିରୋଧ କରିଥିଲେ ଅପରେସନ ଗ୍ରୀନହଂଟ ଓ ସମ୍ପର୍କର ସେତୁ ଗୁରୁପ୍ରିୟାକୁ । ଅଭିଯୋଗ କରିଥିଲେ ସରକାର ସ୍ୱାଭିମାନ ଅଂଚଳର ବିକାଶ ପାଇଁ ନୁହେଁ ବରଂ ଖଣି ଲୁଟିବାକୁ ଗୁରୁପ୍ରିୟା ଗଢିଛନ୍ତି । ଗୁରୁପ୍ରିୟାକୁ ମାଓବାଦୀଙ୍କ ବିରୋଧ ପରେ ସେତୁ ଅଂଚଳରେ ବଢିଥିଲା ସୁରକ୍ଷା ବ୍ୟବସ୍ଥା ।