ମାଓବାଦୀ ନେତା ଆରକେଙ୍କ ପୁଅ ମୁନାକୁ ସହିଦର ଆଖ୍ୟା ଦେଲେ ମାଓ ସମର୍ଥକ : ପୈତୃକ ଗାଁରେ ଶବ ଶୋଭାଯାତ୍ରା

25

ମାଲକାନଗିରି : ମାଓବାଦୀ ନେତା ଆରକେଙ୍କ ପୁଅକୁ ମାଓ ସମର୍ଥକ ଦେଇଛନ୍ତି ସହିଦର ଆଖ୍ୟା । ମାଲକାନଗିରିରୁ ଶବ ନେବା ପରେ ନିଜ ପୈତୃକ ଗାଁରେ ମାଓବାଦୀଙ୍କୁ ଦିଆଯାଇଛି ସହିଦର ଆଖ୍ୟା । ଆଦିବାସୀଙ୍କ ପାଇଁ ଲଢେଇ କରୁଥିବା କହି ମୃତ ମାଓବାଦୀଙ୍କୁ ଶେଷ ସମ୍ମାନ ପ୍ରଦାନ କରିଛନ୍ତି ମାଓ ସମର୍ଥକ ଓ ପରିବାର ଲୋକେ ।

ଏହି ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ବହୁ ମାଓ ମାଓବାଦୀ ସଂଗଠନ । ଏ ଦୃଶ୍ୟ ହେଉଛି ଟପ୍ ମାଓ ନେତା ରାମକ୍ରିଷ୍ଣାଙ୍କ ପୁଅ ମୁନା ଶୋଭାଯାତ୍ରାର । ଜଳ, ଜଙ୍ଗଲ ଓ ଜମି ପାଇଁ ଲଢେଇ କରୁଥିବା ମାଓବାଦୀଙ୍କୁ ଏକତରଫା ଭାବେ ସୁରକ୍ଷାକର୍ମୀ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି କେତେକ ମାଓ ସମର୍ଥିତ ସଂଗଠନ ।