ଟପ୍ ମାଓ ନେତା କୁଡୁମୁଲ୍ଲା ଭେଙ୍କଟ୍ ରାଓ ମୃତ , ମୁଣ୍ଡ ଉପରେ ଥିଲା ୨୫ ଲକ୍ଷ ପୁରସ୍କାର

28

ଟପ୍ ମାଓ ନେତା କୁଡୁମୁଲ୍ଲା ଭେଂକଟ୍ ରାଓ ମୃତ । ଚିକିତ୍ସାଧିନ ଅବସ୍ଥାରେ  କୁଡୁମୁଲ୍ଲା ଓରଫ ରବିର ମୃତ୍ୟୁ ହୋଇଛି ।  ସେ ୨୦୦୯ ଚିତ୍ରକୋଣ୍ଡା ମାଓ ଆକ୍ରମଣ ଘଟଣାରେ ସାମିଲ ଥିଲା । ଏହାସହ ତା ବିରୋଧରେ ଅନେକ ଅପରାଧିକ ମାମଲା ରହିଛି । ଆନ୍ଧ୍ର ଓଡିଶା ସ୍ପେଶାଲ ଜୋନାଲ କମିଟିର କୁଡୁମୁଲ୍ଲା ସିଆରସି ରହିଥିଲା । ଆନ୍ଧ୍ର ଓ ଓଡିଶାରେ  ତା ନାଁରେ ୨୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ରହିଥିଲା । କେବଳ ଏତିକି ନୁହେଁ ୧୨୬ଟି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟଣାରେ ମଧ୍ୟ ସାମିଲ ଥିଲା ରବି ।