ବଦଳିବ ମାଓ ସଙ୍ଗଠନର ନେତୃତ୍ୱ : କେନ୍ଦ୍ରୀୟ କମିଟିର ନୂଆ ମୁଖିଆ ହେବେ ନାମ୍ବାଲା କେଶବ ରାଓ

23

କନକ ବ୍ୟୁରୋ : ବଦଳିବ ମାଓ ସଙ୍ଗଠନର ନେତୃତ୍ୱ । କେନ୍ଦ୍ରୀୟ କମିଟି ମୁଖ୍ୟ ଗଣପତି ଓରଫ ମୁପାଲା ଲକ୍ଷ୍ମଣ ରାଓଙ୍କ ସ୍ଥାନରେ ନାମ୍ବାଲା କେଶବ ରାଓ ଓରଫ ଗଗାନା ଦାୟିତ୍ୱ ନେବା ନେଇ ଚର୍ଚ୍ଚା ଯୋର ଧରିଛି । ଗଣପତିର ବୟସ ବୃଦ୍ଧି ଓ ଶାରିରୀକ ଅସୁସ୍ଥତା ଯୋଗୁ ମାଓ ସଙ୍ଗଠନର ମୁଖ୍ୟ ଦାୟିତ୍ୱରୁ ଓହରି ଯାଉଥିବା ଜଣାପଡିଛି । ଗଣପତିଙ୍କ ପରେ ଏନ.କେଶବ ରାଓଙ୍କୁ ଦାୟତ୍ୱ ଦିଆଯିବା ନିଷ୍ପତି ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଯୋରଧରିଛି । କେନ୍ଦ୍ରୀୟ କମିଟି ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତି ନିଆଯାଇଥିବା ଜଣାପଡିଛି । ତେବେ ଏହି ବଡ ଧରଣର ନେତୃତ୍ୱ ପରିବର୍ତନ ପରେ ପୋଲିସ୍  କି ରଣନୀତି ଆପଣାଇବ ତାହାରି ଉପରେ ଏବେ ସମସ୍ତଙ୍କ ନଜର ।

ମାଓ ସଙ୍ଗଠନ କେନ୍ଦ୍ରୀୟ କମିଟିର ସକ୍ରିୟ ସଦସ୍ୟ ନାମ୍ବାଲା କେଶବ ରାଓ । ପଲିଟ ବ୍ୟୁରୋ ସଦସ୍ୟ ସମେତ ମାଓ ସଙ୍ଗଠନର ମିଲିଟାରି କମାଣ୍ଡର ମୁଖ୍ୟ ଭାବେ ଦାୟିତ୍ୱ ତୁଳାଇଛି ନାମ୍ବାଲା କେଶବ ରାଓ । ଗଣପତିଙ୍କ ପରେ କେଶବ ରାଓ ମାଓ ସଙ୍ଗଠନର ଦ୍ୱିତୀୟ ଶକ୍ତିଶାଳି ମାଓନେତା । ତାଙ୍କ ନାଁରେ ବିଭିନ୍ନ ରାଜ୍ୟରେ ୧ କୋଟି ୫୦ ଲକ୍ଷ ଟଙ୍କାର ପୁରସ୍କାର ରହିଛି । କୋରାପୁଟ ଓ ନୟାଗଡ ପୁଲିସ ଅସ୍ତ୍ରାଗାର ଆକ୍ରମଣରେ କେଶବ ରାଓ ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି । ଅବୁଝମାଡ ଅଂଚଳରେ ବର୍ତମାନ ଏନ.କେଶବ ରାଓ ସକ୍ରୀୟ ଥିବା ବେଳେ ସେ ମାଓ ସଂଗଠନରେ ଛତିଶଗଡ, ଆନ୍ଧ୍ର ପ୍ରଦେଶ ଓ ଓଡିଶାର କିଛି ଅଂଶକୁ ନେଇ ଗଠିତ ଦଣ୍ଡକାରଣ୍ୟ ସ୍ପେଶାଲ ଯୋନାଲ କମିଟିର ପ୍ରତିଷ୍ଠାତା ।