ମାଲକାନଗିରି ସୀମାରେ ମାଓବାଦୀ-ପୋଲିସ ଗୁଳିବିନିମୟ ! ଚିତ୍ରକୋଣ୍ଡା କପାଟୁ ଜଙ୍ଗଲରେ ଏନକାଉଂଟର, ମାଓ କମାଣ୍ଡର ନିହତ

23

କନକ ବ୍ୟୁରୋ: ମାଲକାନଗିରି ସୀମାରେ ପୋଲିସ- ମାଓବାଦୀ ଗୁଳିବିନିମୟ । ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ କପାଟୁ ଜଙ୍ଗଲରେ ଏନକାଉଂଟର କରିଛନ୍ତି ଡିଭିଏଫ ଯବାନ । ଏହି ଏନକାଉଂଟରରେ ଜଣେ ମାଓ କମାଣ୍ଡର ନିହତ ହୋଇଥିବା ଜଣାପଡିଛି । ତେବେ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଏବେ ମଧ୍ୟ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ମାଲକାନଗିରି ଏସପି ମିତ୍ରଭାନୁ ମହାପାତ୍ର ଏହି ସୂଚନା ଦେଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –