ଦାନ୍ତେୱାଡା ଗଣ୍ଡପାଲି ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ : ଏନକାଉଂଟରରେ ୬ମାଓବାଦୀ ମୃତ

18

ଛତିଶଗଡ : ଏନକାଉଂଟରରେ ୬ମାଓବାଦୀ ମୃତ । ଛତିଶଗଡ ଦାନ୍ତେୱାଡାରେ ପୁଲିସ-ମାଓବାଦୀ ମୁହାଁମୁହିଁ । ଆରନପୁର ଥାନା ଗଣ୍ଡପାଲି ଜଙ୍ଗଲରେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୬ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରେ ୩ଜଣ ପୁରୁଷ ମାଓବାଦୀ ଥିବାବେଳେ ୩ଜଣ ମହିଳା ରହିଛନ୍ତି ।

ଏହାସହ ଏନକାଉଂଟରରେ ୫ଟି ବନ୍ଧୁକ ସହ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରିଛି ପୁଲିସ । ଏନକାଉଂଟର ସମ୍ପର୍କରେ ସୂଚନା ଦେଇଛନ୍ତି ଦାନ୍ତେୱାଡା ଏସପି କମଲୋଚନ କଶ୍ୱପ ସୂଚନା ଦେଇଛନ୍ତି  ।