ଲାଲଗଡ ଆକାଶରେ ଉଡୁଛି ମାଓବାଦୀଙ୍କ ଡ୍ରୋନ : ସନ୍ଧ୍ୟା ହେଲେ ସିଆରପିଏଫ୍ କ୍ୟାମ୍ପ ଉପରେ ଘୁରି ବୁଲୁଛି ଅଜଣା ଆଲୁଅ

985

କନକ ବ୍ୟୁରୋ : ଲାଲଗଡ ଆକାଶରେ ଉଡୁଛି ଡ୍ରୋନ । ଯବାନଙ୍କ ଗତିବିଧି ଉପରେ ନଜର ରଖୁଛି ମାଓବାଦୀଙ୍କ ଡ୍ରୋନ । ସନ୍ଧ୍ୟା ହେଲେ  ଘନ ଅନ୍ଧାର ଭିତରେ ଜୁଳୁ ଜୁଳ ହୋଇ ଦେଖାଯାଉଥିବା ଏହି ଆଲୁଅ ପୁଲିସର ମୁଣ୍ଡବିନ୍ଧା ବଢାଇ ଦେଇଛି । ଛତିଶଗଡ ସୁକମା ଜିଲ୍ଲାର ବିଭିନ୍ନ ସିଆରପିଏଫ କ୍ୟାମ୍ପ ଉପରେ ମାଓବାଦୀଙ୍କ ଡ୍ରୋନ୍ କ୍ୟାମେରା ବୁଲୁଥିବା ଅନୁମାନ କରୁଛି ପୁଲିସ । ମାଓବାଦୀମାନେ ମଧ୍ୟ ଡ୍ରୋନ କ୍ୟାମେରା ପରି ଅତ୍ୟାଧୁନିକ ଜ୍ଞାନ କୌଶଳ ଜରିଆରେ ଯବାନଙ୍କ ଗତିବିଧି ଉପରେ ନଜର ରଖୁଥିବା କହିଛନ୍ତି ସୁକୁମା ଏସପି ସଲଭ ସିହ୍ନା । 

 

ତେବେ ଏହି ଡ୍ରୋନ୍ କେଉଁଠୁ ଆସୁଛି ଆଉ କେଁଉଠିକୁ ଯାଉଛି କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଆଖପାଖ ଅଞ୍ଚଳରେ ଛାନଭିନ୍ କରାଯାଉଛି । ସିଆରପିଏଫ କ୍ୟାମ୍ପ ଉପର ଆକାଶରେ ଆଲୁଅ ଦେଖିବା ପରେ ପୁଲିସ ଗାଁ ଗାଁରେ ପଇଁତରାକୁ ବଢାଇ ଦେଇଛି । ଗୁଇନ୍ଦା ସୂଚାନ ଉପରେ କଡା ନଜର ରଖାଯାଇଛି ।