ମାଲକାନଗିରିରେ ଲଗାଣ ବର୍ଷା ଓ ବନ୍ୟା ପରେ ମାଓ ତାଣ୍ଡବ । ମାଥିଲି ମିଢିବେଡା ପୋଲ ଉଭୟ ପାର୍ଶ୍ୱରେ ରାସ୍ତା ଖୋଳିଦେଲେ ମାଓବାଦୀ

30

କନକ ବ୍ୟୁରୋ : ପୁଣି ମାତିଲେ ମାଓବାଦୀ । ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଓ ବନ୍ୟା ପରେ ଏବେ ମାଥିଲିବାସୀଙ୍କୁ ମାଓ ଭୟ । ମାଥିଲି ଥାନା ଅନ୍ତର୍ଗତ ଦୁର୍ମାଗୁଡା ଠାରୁ ଗଲିଆଗୁଡା ରାସ୍ତା କୁ ସଂଯୋଗ କରୁ ଥିବା ମିଢିବେଡା ପୋଲ ର ଉଭୟ ପାର୍ଶ୍ୱରେ ରାସ୍ତା ଖୋଳି ଦେଇଛନ୍ତି ମାଓବାଦୀ । ଏଥି ସହ ପୋଲ କୁ ନଷ୍ଟ କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି ଲାଲ ବାହିନୀ । ଫଳରେ ମାଥିଲି ଠାରୁ ମହୁପଦର ଓ କର୍ତନପାଲି କୁ ଯୋଗାଯୋଗ ସମ୍ପୁର୍ଣ ବିଚ୍ଛିନ୍ନ ହୋଇଛି । ଫଳରେ ଗତ ତିନି ଦିନ ଧରି ବନ୍ୟା ଘେର ରେ ଥିବା ମହୁପଦର ଓ କର୍ତନପାଲି ବାସିନ୍ଦା ଏବେ ପୁଣି ମାଓ ତାଣ୍ଡବ ଯୋଗୁ ବାହ୍ୟ ଯଗତ ରୁ ବିଚ୍ଛିନ୍ନ ହୋଇ ରହିଛନ୍ତି ।

 

ମହୁପଦର ଠାରେ ନୁତନ ପୁଲିସ କ୍ୟାମ୍ପ ହୋଇ ଥିବାରୁ ମାଓବାଦୀ ମାନେ ଏଭଳି କାଣ୍ଡ ଘଟାଇ ଥିବା ଜଣାପଡିଛି । ପୂର୍ବରୁ ମାଓବାଦୀମାନେ ପୋଷ୍ଟର ମାଧ୍ୟମରେ ନିଜ ଉପସ୍ଥିତି ଜାହିର କରିଥିଲେ । ଏହାସହ ସେମାନେ ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇନ ବିଛାଇବା ସହ ଅନେକ ବସ ଓ ଟ୍ରକ ମଧ୍ୟ ଜାଳିଦେଇଥିଲେ । ତେଣୁ ବାରମ୍ବର ଏପରି କରିବା ଦ୍ୱାରା ସାଧାରଣ ଲୋକମାନଙ୍କ ମନରେ ଭୟ ରହୁଛି । ତେବେ ସ୍ଥାନୀୟ ପୋଲିସ ମଧ୍ୟ କମ୍ବିଂ ଅପରେସନକୁ ଜୋର ଦାର କରୁଥିବା ଜଣାପଡିଛି ।