ବାଲିଗୁଡା କଂଜାଲୋଗୋ ଘାଟିରେ ମାଓ ହମଲା ! କମ୍ବିଂ ସାରି ଫେରୁଥିବା ଏସଓଜି ଯବାନଙ୍କ ଗାଡି ଉପରକୁ ଆକ୍ରମଣ, ଜଣେ ଯବାନ ସହିଦ

22

କନକ ବ୍ୟୁରୋ: କନ୍ଧମାଳ ବାଲିଗୁଡାରେ ମାଓ ଆକ୍ରମଣ । କମ୍ପିଂ ସାରି ଫେରୁଥିବା ଏସଓଜି ଯବାନଙ୍କ ଗାଡି ଉପରକୁ ଅତର୍କିତ ଗୁଳିମାଡ଼ କରିଛନ୍ତି ମାଓବାଦୀ । ଫଳରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଅନ୍ୟ ୭ ଜଣ ଯବାନ ଆହତ ହୋଇଥିବା ଜଣାପଡିଛି । ସହିଦ ଯବାନ ଜଣକ ହେଉଛନ୍ତି ଲକ୍ଷ୍ମୀକାନ୍ତ ଜାନି । ଆହତଙ୍କୁ ବାଲିଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, କମ୍ବିଂ ସାରି ଯବାନମାନେ ଫେରୁଥିବା ସମୟରେ ବାଲିଗୁଡା ଥାନା ଅନ୍ତର୍ଗତ କଂଜାଲୋଗୋ ଘାଟି ଉପରେ ଏହି ଆକ୍ରମଣ ଭିଆଇଛନ୍ତି ମାଓବାଦୀ । ଘଟଣାସ୍ଥଳରେ ଏସପି ପିନାକ ମିଶ୍ର ପହଂଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି । ଆରପଟେ ସିଆରପିଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –