ପୁଣି ମାତିଲେ ମାଓବାଦୀ ! ରାସ୍ତା କାମକୁ ବିରୋଧ କରି ତଳଗୁମାଣ୍ଡିରେ ପୋଡିଲେ ଜେସିବି ଓ ୨ଟି ଟ୍ରାକ୍ଟର

39

କନକ ବ୍ୟୁରୋ: ଜୟପୁର ନାରାୟଣପାଟଣାରେ ପୁଣି ମାତିଲେ ମାଓବାଦୀ । ଗତକାଲି ବିଳମ୍ବିତ ରାତିରେ ୪୦ରୁ ୫୦ ମାଓବାଦୀ ପୋଡାଜଳା କରିଛନ୍ତି । ରାସ୍ତା କାମକୁ ବିରୋଧ କରି ତଳଗୁମାଣ୍ଡିରେ ମାଓବାଦୀମାନେ ଏହି ପୋଡାଜଳା କରିଛନ୍ତି । ପ୍ରୋକଲିନ, ଜେସିବି ଓ ୨ଟି ଟ୍ରାକ୍ଟର ପୋଡିଦେଇଛନ୍ତି ମାଓବାଦୀ । କୋରାପୁଟ- ଶ୍ରୀକାକୁଲମ ଡିଭିଜଳ ପକ୍ଷରୁ ଏନେଇ ପୋଷ୍ଟର ବି ମରାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –