ଛତିଶଗଡରେ ମାଓ ହମଲା ! ଆଇଇଡି ବିସ୍ଫୋରଣରେ ଏସଆଇ ଆହତ, ଜଣେ ମାଓବାଦୀ ଗିରଫ ।

80

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଅଶାନ୍ତ ହେଲା ଛତିଶଗଡ । ଆସନ୍ତାକାଲି ଛଙ୍ଗିଶଗଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ଆଜି ମାଓବାଦୀ ଛତିଶଗଡରେ ନିଜ ଉପସ୍ଥିତି ଜାହିର କରିଛନ୍ତି । ଛତିଶଗଡରେ ମାଓ ହମଲା । ପୁଣି ନିଜ ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ ମାନେ । ଛତିଶଗଡର ଦୁଇଟି ସ୍ଥାନରେ ଆକ୍ରମଣ କରିଛନ୍ତି ମାଓବାଦୀ । ଆଇଇଡି ଲଗାଇ ବିସ୍ଫୋରଣ କରାଯାଇଥିବା ବେଳେ ଏଥିରେ ଜଣେ ଏସଆଇ ମହେନ୍ଦ୍ର କୁମାର ଆହତ ହୋଇଛନ୍ତି । ତେବେ ଜଣେ ମାଓବାଦୀକୁ ଗିରଫ କରି୍ଛି ଏସଟିଏଫ । ମାରଣାସ୍ତ୍ର ସହ ବିପୁଳ ମାଓ ସାମଗ୍ରୀ ମଧ୍ୟ ଜବତ କରିଛନ୍ତି ସୁରକ୍ଷାକର୍ମୀ ।

ସୂଚନା ଅନୁଯାୟୀ, ଛତିଶଗଡର ଦୁଇଟି ସ୍ଥାନରେ ମାଓବାଦୀ ଆକ୍ରମଣ ହୋଇଛି । କାଙ୍କେର ଏବଂ ବିଜାପୁରରେ ୬ଟି ଆଇଡି ବିସ୍ଫୋରଣ କରିଛନ୍ତି ମାଓବାଦୀ । ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିବାବେଳେ ମାଓବାଦୀ ନିର୍ବାଚନକୁ ବିରୋଧ କରୁଥିବା ସୂଚନା ମିଳିଛି । ତେବେ ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନ ଜାରି ରହିଛି । ଛଚ୍ଛିଘଡରେ ପାରା ମିଲିଟାରୀ, ଛତିଶଗଡ ଯବାନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ମାଓବାଦୀଙ୍କ ଏଭଳି କାର୍ଯ୍ୟକଳାପ ସୁରକ୍ଷା ବ୍ୟବସ୍ଥାକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛି । ନିର୍ବାଚନ କରାଇ ନଦେବା ପାଇଁ ମାଓବାଦୀ ମାନେ ଏଭଲି ବିସ୍ଫୋରଣ କରିଥିବା ସୂଚନା ମିଳିଛି ।