ଛତିଶଗଡରୁ ୧୦ ମାଓବାଦୀ ଗିରଫ ! ସିଆରପିଏଫ ଓ ଛତିଶଗଡ ପୁଲିସର ମିଳିତ ଅପରେସନ

30

କନକ ବ୍ୟୁରୋ : ଛତିଶଗଡରୁ ୧୦ ମାଓବାଦୀ ଗିରଫ । ସୁକମାର ଚିକପାଲ ଅଂଚଳରୁ ୧୦ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । ସିଆରପିଏଫ ଓ ଛତିଶଗଡ ପୁଲିସର ମିଳିତ ଅପରେସନ ଏମାନଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ୧୦ଜଣ ମାଓବାଦୀ ହେଲେ ହୁଙ୍ଗା ମାଡକାମି, ହିଡମା କୁରାମୀ, ପୁଜ୍ରା ଓ ମହିଳା ମାଓବାଦୀ ଆୟତି । ୨୪ଏପ୍ରିଲରେ ଛତିଶଗଡ ବୁର୍କପାଲରେ ହୋଇଥିବା ମାଓବାଦୀ ଆକ୍ରମଣରେ ଏମାନେ ସାମିଲ ଥିବା ସୂଚନା ମିଳିଛି  ।