ନୂଆପଡା କମନଝେରିଆ ଜଂଗଲରୁ ମାଓ କ୍ୟାମ୍ପ ଠାବ : ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

39

ନୂଆପଡା : ନୂଆପଡା କମନଝେରିଆ ଜଂଗଲରୁ ମାଓ କ୍ୟାମ୍ପ ଠାବ ହୋଇଛି । ଏଥିରେ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏଥିରେ ୨ଟି ଟିଫିନ ବୋମା ସହ ୨୦ ଡିଟୋନେଟର , ଜିବନ୍ତ ଗୁଳି ଓ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ତେବେ ଗତକାଲି ଛତିଶଗଡ ସୀମାନ୍ତ ନୂଆପଡା କମନଝେରିଆ ଜଂଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସୁରକ୍ଷା ବାହିନୀଙ୍କ ଅତର୍କିତ ଗୁଳିମାଡରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ମାଓ କ୍ୟାାମ୍ପ ଠାବ ହୋଇଛି । କମନଝେରିଆ ଜଂଗଲରେ ମାଓବାଦୀମାନେ କ୍ୟାମ୍ପ ଚଳାଇଥିବା ଖବର ପାଇଁ ସୁରକ୍ଷା ଅପରେସନ ଆରମ୍ଭ କରିଥିଲେ । ଏଥିରେ କିଛି ମାଓବାଦୀ ଆହତ ହୋଇଥିବା ସୂଚନା ଦେଇଛି ନୂଆପଡା ପୁଲିସ ।