ମାଓବାଦୀଙ୍କ ମୂଳପୋଛ ପାଇଁ ବଡ ଧରଣର ଯୋଜନା

28

ଛତିିଶଗଡ: ନକ୍ସଲ ନିପାତ ଅଭିଯାନ । ଛତିିଶଗଡରେ ମାଓବାଦୀଙ୍କ ମୂଳପୋଛ ପାଇଁ ବଡ ଧରଣର ଅପରେସନ ଯୋଜନା । ଆକାଶମାର୍ଗରୁ ମାଓବାଦୀଙ୍କ ଠିକଣା ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଂଟ । ଆଉ ଏହି ପ୍ରସ୍ତୁତିର ଏକ୍ସକ୍ଲୁସିଭ ଭିଡିଓ ଫୁଟେଜ ଲାଗିଛି କନକ ନୁ୍ୟଜ ହାତରେ । ଏଥିରେ ସାମିଲ ହେବ ବାୟୁ ସେନାର ପବନହଂସ ହେଲିକପ୍ଟର । ଏଥିପାଇଁ ଚାଲିଛି ରିହରସାଲ । ଆକାଶ ମାର୍ଗରୁ ଖୋଜି ଖୋଜି ମାଓବାଦୀଙ୍କ ମୂଳ ଉତ୍ପାଡନ ପାଇଁ ରେକି ଶେଷ ହୋଇଛି । ଏଥିରେ ସାମିଲ ହେବେ ଗରୁଡବାହିନୀର ବଛା ବଛା ଯବାନ । କୋବ୍ରା ବାହିନୀ, ସିଆରପିଏଫ୍, ସ୍ପେସାଲ ଅପରେସନ ଗ୍ରୁପର ଯବାନମାନେ ବି ସାମିଲ ହେବେ ଏହି ଯୋଜନାରେ । ମାଓବାଦୀ ସବୁଠୁ ଅଧିକ ସକ୍ରିୟ ଥିବା ଛତିଶଗଡର ବସ୍ତର ଜିଲ୍ଲା ହେବ ଏହି ଅପରେସନର ପ୍ରୟୋଗଶାଳା । ଉଭୟ ଆକାଶମାର୍ଗ ଓ ସ୍ଥଳ ଭାଗରୁ ଆମ୍ବୁସ କରି ଆକ୍ରମଣ ହେବ ମାଓ ଶିବିରରେ । ଏକମାତ୍ର ଲକ୍ଷ୍ୟ, ଯେପରି ଗୋଟିଏ ବି ନକ୍ସଲ ବାଦ ନପଡେ । ଚାରିପଟେ ହେବ ଷଣ୍ଢୁଆସି ଆକ୍ରମଣ ।

ସେପଟେ ଏନେଇ ବସ୍ତର ଏସପି ଆର . ଏନ୍ ଦାସ କହିଛନ୍ତି ଆକାଶ ମାର୍ଗରୁ ନକ୍ସଲଂକ ଉପରେ ଆକ୍ରମଣ କରିବାର କୌଣସି ଯୋଜନା ନାହିଁ । ନକ୍ସଲମାନେ ଭୟରେ ବନ୍ଦ ଡାକରା ଦେଇଛନ୍ତି । ତେବେ ନକ୍ସଲଂକ ବନ୍ଦ ଡାକରାର କୌଣସି ପ୍ରଭାବ ପଡିନି ସାଧାରଣ ଜନଜୀବନ ଉପରେ ।

ଅନ୍ୟପଟେ ଏହି ଏରିଅଲ ଆଟାକ ଭୟରେ ନକ୍ସଲ ସଂଗଠନ ଦିନିକିଆ ଦଣ୍ଡକାରଣ୍ୟ ବନ୍ଦ ଡାକରା ଦେଇଛନ୍ତି  ।  ମାଲକାନଗିରି ସୀମାନ୍ତରେ ପୋଷ୍ଟର ଓ ବ୍ୟାନର ମାରି ଏହି ଅପରେସନ ଯୋଜନାକୁ ବିରୋଧ କରିଛନ୍ତି ମାଓବାଦୀ  । ଏଥିରେ ଛତିିଶଗଡରେ ପ୍ରସ୍ତାବିତ ଏରିଏଲ ଆଟାକକୁ ବିରୋଧ କରାଯାଇଛି । ମାଓ ପ୍ରଭାବିତ ଅଂଚଳରେ ଆକାଶମାର୍ଗରୁ ଆକ୍ରମଣ ପାଇଁ ସେନା ଯୋଜନା କରିଥିବାରୁ ଏହାକୁ ବିରୋଧ କରି ବନ୍ଦ ଡାକରା ଦେଇଛି ଦଣ୍ଡଳାରଣ୍ୟ ସ୍ପେଶାଲ ଜୋନାଲ କମିଟି । ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି । ମାଲକାନଗିରିରୁ ଜଗଦଲପୁର ଓ ହାଇଦ୍ରାବାଦକୁ ଯାନବାହାନ ଚଳାଚଳ ବନ୍ଦ ରହିଛି ।