ଏହିପରି ଭାବରେ ବ୍ୟବହାର କରନ୍ତୁ ଆପଣଙ୍କ ଡେବିଟକାର୍ଡ ! ଦେବାକୁ ପଡିବ ନାହିଁ କୌଣସି ଅଯଥା ଶୁଳ୍କ, ପାଇବେ ଅନେକ ଫାଇଦା । 

34

ଇଲେକ୍ଟ୍ରୋନିକ୍ସ ଟ୍ରାଞ୍ଜାକସନକୁ ସରଳ ଭାବରେ ବ୍ୟବହାର କରିବା ପାଇଁ ଡେବିଟକାର୍ଡ ଉପଭୋକ୍ତାଙ୍କୁ ବଡ ସଚେତନତାର ସହ ଏହାର ବ୍ୟବହାର କରିବା ଉଚିତ । ଏହି କଥା ଏସବିଆଇ ଟ୍ୱିଟ ଜରିଆରେ ସମସ୍ତ ଉପଭୋକ୍ତାଙ୍କୁ ଜଣାଇଦେଇଛି ।

ଡେବିଟକାର୍ଡ ବ୍ୟବହାର କରୁଥିବା ଗ୍ରାହକ କରଜରେ ଡୁବିନଥାନ୍ତି । ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏସବିଆଇ ଏଟିଏମକୁ ବାଦ ଦେଇ ଡେବିଟକାର୍ଡର କେତେକ ଭିନ୍ନ ରୂପ ବାହାର କରିଛି । ଏସବିଆଇ ବ୍ୟାଙ୍କ ପ୍ଲାଣ୍ଟିନମ ଇଣ୍ଟରନ୍ୟାସନାଲ ଡେବିଟ କାର୍ଡ, ଷ୍ଟେଟବ୍ୟାଙ୍କ ଗିଫ୍ଟ କାର୍ଡ, ଷ୍ଟେଟବ୍ୟାଙ୍କ ପ୍ରାଇଡ କାର୍ଡ, ଫଟୋ ଡେବିଟ କାର୍ଡ, ଏସବିଆଇ ଇନଟଚ ଟ୍ୟାପ, ଏବଂ ଗୋ ଆଦି ଭଳି ଅଫର ଦେଉଛି ଏସବିଆଇ ।

ଡେବିଟକାର୍ଡର ବ୍ୟବହାର :

• ନିଜର ଡେବିଟକାର୍ଡକୁ ନିୟମିତ ଭାବରେ ଯାଞ୍ଚ କରନ୍ତୁ ।

• ପ୍ରତିଟି ଟ୍ରାଞ୍ଜାକସନ ପରେ ଏସଏମଏସ ଦ୍ୱାରା ଆମାଉଣ୍ଟକୁ ଭେରିଫାଏ କରନ୍ତୁ ।

• ଏଟିଏମରେ ଟ୍ରାଞ୍ଜାକସନ କରିବା ପରେ ବାହାରିଥିବା ରିସିପ୍ଟକୁ ନଷ୍ଟ କରିଦିଅନ୍ତୁ ।

• କୌଣସି ବ୍ୟକ୍ତିବିଶେଷଙ୍କ ସହ କାର୍ଡର ନମ୍ବର କିମ୍ବା କାର୍ଡର କୌଣସି ତଥ୍ୟ ସେୟାର କରନ୍ତୁ ନାହିଁ ।

ଡେବିଟକାର୍ଡରୁ ଟିକେଟ ବୁକ କଲେ ଟ୍ରାଞ୍ଜାକସନ ଚାର୍ଜ ନେବନାହିଁ ଆଇଆରସିଟିସି :

ଇଣ୍ଡିଆନ ରେଳବାଇ କ୍ୟାଟ୍ରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ (ଆଇଆରସିଟିସି), ଯାତ୍ରୀ ମାନଙ୍କୁ ଏକ ଖାସ ଉପହାର ପ୍ରଦାନ କରୁଛି । ଯଦି ଆପଣ ଆଇଆରସିଟିସି ୱେବସାଇଟ କିମ୍ବା ମୋବାଇଲ ଆପ ଦ୍ୱାରା ଟିକେଟ ବୁକ କରୁଛନ୍ତି ତେବେ ଆପଣଙ୍କୁ କୌଣସି ଟ୍ରାଞ୍ଜାକସନ ଚାର୍ଜ ଦେବାକୁ ପଡିବ ନାହିଁ । କିନ୍ତୁ ଯଦି ଆପଣ ଇ-ୱାଲେଟ, ନେଟ ବ୍ୟାଙ୍କିଙ୍ଗ ଏବଂ କ୍ୟାସ କାର୍ଡ ମାଧ୍ୟମରେ ଟିକେଟ ବୁକ କରନ୍ତି ତେବେ ଆପଣଙ୍କ ଠାରୁ ଆଇଆରସିଟିସି ଟ୍ରାଞ୍ଜାକସନ ଚାର୍ଜ ନେବ ।