ରାଜଧାନୀ ରାଜରାସ୍ତାରେ ମୃତ୍ୟୁର କୂଅ ! ରାସ୍ତା ମଝିରେ ଖୋଲା ପଡିଛି ଗଣ୍ଡା ଗଣ୍ଡା ମ୍ୟାନହୋଲ୍

49

କନକ ବ୍ୟୁରୋ : ରାଜଧାନୀ ରାଜରାସ୍ତାରେ ମରଣଯନ୍ତା । ମଝିରାସ୍ତାରେ ମୃତ୍ୟୁର ଚକ୍ରବ୍ୟୁହ । ଯେଉଁଥିରେ ୧୨ ଘଂଟା ଫସିରହିଥିଲେ ଜଣେ ୭୦ ବର୍ଷର ବୃଦ୍ଧା । ସିସିଟିଭିରେ କଏଦ ଦୃଶ୍ୟ ବୟାନ୍ କରିଥିଲା କେତେ ଭୟଙ୍କର ଥିଲା ସେହି ଘଟଣା । ଅବଶ୍ୟ ୧୨ ଘଂଟା ପରେ ବୃଦ୍ଧା ଜଣଙ୍କୁ ମ୍ୟାନ୍ ହୋଲରୁ ଉଦ୍ଧାର କରାଯାଇଛି । ହେଲେ ସାମ୍ନାକୁ ଆସିଛି ସ୍ମାର୍ଟସିଟିର ବାସ୍ତବ ଚିତ୍ର । ରାଜଧାନୀରେ ମୁକୁଳା ପଡିଛି ଗଣ୍ଡା ଗଣ୍ଡା ମ୍ୟାନହୋଲ୍ । ମଝିରାସ୍ତାରେ ଦୁର୍ଘଟଣାକୁ ଅନାଇ ବସିଛି ମୃତ୍ୟୁର ଯନ୍ତା । ରାଜଧାନୀର ବାସ୍ତବ ଚିତ୍ର ପରଖିଥିଲା କନକ ନ୍ୟୁଜ୍ । ଦେଖନ୍ତୁ କିଭଳି ରହିଛି ସ୍ମାର୍ଟ ସିଟିର ସ୍ମାର୍ଟ ରାସ୍ତା ।

ସ୍ଥାନ- ମହତାବ ରୋଡ୍ , ପୁରୁଣା ଭୁବନେଶ୍ୱର : 
vlcsnap-2017-08-26-20h26m09s133ମଝିରାସ୍ତାରେ ମୃତ୍ୟୁର କୂଅ । ଖୋଲା ପଡିଛି ମ୍ୟାନ୍ହୋଲ୍ । ଟିକେ ଯାଗ୍ରତ ନହେଲେ କଥା ସରିଲା । କେତେବେଳେ ଦୁର୍ଘଟଣା ହେବ କହିହେବନି । ୬ ମାସ ହେବ ଏମିତି ମୁକୁଳା ପଡିଛି ମ୍ୟାନ୍ ହୋଲ୍ । ଉପରେ ସ୍ଲାବ ପଡିନି । କେମିତି କେମିତି ଦିନ କଟିଯାଉଛି ହେଲେ ରାତିରେ ଅବସ୍ଥା ସାଂଘାତିକ । ବର୍ଷା ହେଲେ ବଢୁଛି ବିପଦ ।

ସ୍ଥାନ – ବମିଖାଲ
vlcsnap-2017-08-26-20h26m19s157ସ୍ମାର୍ଟ ସିଟି ସ୍ମାର୍ଟ ରାସ୍ତାର ଆଉ ଏକ ବାସ୍ତବ ଚିତ୍ର । ଉପରେ ଓଭରବ୍ରିଜ୍ ତଳେ ବିପଦପୂଣ୍ଣ ଯାତ୍ରା । ରାସ୍ତା କଡରେ ଖୋଲା ପଡିଛି ନାଳ । ସ୍ଲାବ ତିଆରି ହୋଇଛି ହେଲେ ଘୋଡା ହୋଇନି । ଟିକେ ବର୍ଷା ହେଲେ ବମିଖାଲର ଏହି ରାସ୍ତାରେ ଆଂଠୁଏ ଉଚ୍ଚର ପାଣି ଲହଡି ଭାଂଗେ । ଆଉ ତାମଧ୍ୟରେ ଦୁର୍ଘଟଣାକୁ ଅପେକ୍ଷା । ଏମିତି ରାସ୍ତା କଡରେ ଅନେକ ନାଳ ଖୋଲା ପଡିଛି । ଯାହାର ଶୀକାର ହେଉଛନ୍ତି ରାଜଧାନୀବାସୀ ।

ସ୍ମାର୍ଟ ହେଉଛି ସହର । ଭୁବନେଶ୍ୱର ଦେଶର ନମ୍ବର ୱାନ ସିଟି । ହେଲେ ଗତକାଲିର ଘଟଣା ଭୁବନେଶ୍ୱରକୁ ଅନେକ କିଛି ଶିଖାଇଛି ।