୨୦୧୯ ପାଇଁ ନିରଞ୍ଜନ ପ୍ରସ୍ତୁତ କରୁଛନ୍ତି ବ୍ଲୁ-ପ୍ରିଣ୍ଟ ! ମିଶ୍ରଣ ପର୍ବରେ କଂଗ୍ରେସକୁ ବାଏ ବାଏ କରିଥିବା ନେତାଙ୍କ ଘରବାହୁଡ଼ା

32

କନକ ବ୍ୟୁରୋ : ଆଉ ଏକ ରାଜନୈତିକ ଘଟଣାକ୍ରମରେ କଂଗ୍ରେସ ଦଳରେ ନୂଆ କଥା ଦେଖିବାକୁ ମିଳିଛି । ପୂର୍ବରୁ କଂଗ୍ରେସ ଦଳ ଛାଡି ନେତା ଅନ୍ୟ ଦଳକୁ ଯାଉଥିବାର ଖବର ଶିରୋନାମା ବନୁଥିବା ବେଳେ ଆଜି କଂଗ୍ରେସ ଦଳରେ ନେତାଙ୍କ ମିଶ୍ରଣକୁ ନେଇ ଆସିଛି ବଡ଼ ଖବର । ଦଳ ଛାଡିଥିବା ନେତା ଆଜି କଂଗ୍ରେସରେ ମିଶି ଦଳର ହାତମୁଠା ଟାଣ କରିବେ ବୋଲି ଶପଥ ନେଇଛନ୍ତି ।

congressବିଭିନ୍ନ କାରଣରୁ ଦଳରୁ ମୁହଁ ମୋଡି ନେଇଥିବା ପୁରୁଖା ନେତା ଆଜି ହସ ହସ ମୁହଁରେ କଂଗ୍ରେସରେ ସାମିଲ ହୋଇଛନ୍ତି । କିଛି ମାସ ପୂର୍ବରୁ ଯେଉଁ ଦଳ ଛାଡି ନେତା ଚାଲିଯାଉଥିଲେ ଏବଂ ଦଳର କିଛି ଭବିଷ୍ୟତ ନାହିଁ ବୋଲି ଆକଳନ କରାଯାଉଥିଲା, ଆଜି ସେହି ଦଳରେ ଏହି ମିଶ୍ରଣ ପର୍ବ, ଦଳୀୟ ନେତାଙ୍କ ଆତ୍ମବିଶ୍ୱାସକୁ ବଢାଇଦେଇଛି । ଆଜି ସମସ୍ତେ ଗୋଟିଏ ମଂଚରେ, ଗୋଟିଏ ଦଳରେ ଏକାଠି ହୋଇଛନ୍ତି । କଂଗ୍ରେସ ହାତମୁଠାକୁ ଟାଣ କରିବାକୁ ଶପଥ ନେଇଛନ୍ତି ।

niranjan pattanaik୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସରେ ହୋଇଛି ବଡ ଧରଣର ମିଶ୍ରଣ ପର୍ବ । ଯେଉଁଥିରେ ତୃଣମୂଳ କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପୂର୍ବତନ ସାଂସଦ କାର୍ତିକେଶ୍ୱର ପାତ୍ର, ପୂର୍ବତନ ମନ୍ତ୍ରୀ ହଳଧର କାର୍ଜୀ ଓ ପୂର୍ବତନ ପିସିସି ମୁଖପାତ୍ର ଆଶୋକ ସାମଲଙ୍କ ଭଳି ନେତାଙ୍କ ଘର ବାହୁଡା ହୋଇଛି ଏବଂ ଅଢେଇଶହ ତୃଣମୂଳ କଂଗ୍ରେସ କର୍ମୀ ଧରିଛନ୍ତି କଂଗ୍ରେସର ହାତ ।

ଏହାରି ଭିତରେ ଦଳର ସାଂଗଠନିକ ସ୍ତରରେ ପରିବର୍ତନ ଆରମ୍ଭ ହୋଇସାରିଛି । ଯାହାର ଉଦାହରଣ ହେଉଛି, କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ପ୍ରକାଶ ବେହେରାଙ୍କ ଇସ୍ତଫା । ଦୁଇ ଦିନ ଧରି ଉପକୂଳ ଓ ଦକ୍ଷିଣ ଓଡିଶାର ସାଂଗଠନିକ ସ୍ତରରେ ବ୍ୟାପକ ଆଲୋଚନା ହୋଇଛି ଏବଂ ବିଧାୟକ ଥାଇ ସଂଗଠନ ସମ୍ଭାଳିବାରେ ଯିଏ ଫେଲ୍ ମାରିଛି ତାକୁ ସଭାପତି ପଦରୁ ଇସ୍ତଫା ଦେବାକୁ କୁହାଯାଇଥିବା ସୂଚନା ମିଳିଛି । ଆସନ୍ତା ୯ ତାରିଖରେ ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଓଡିଶାର ରାଜନୈତିକ ସ୍ଥିତି ଓ ରାଜ୍ୟ କଂଗ୍ରେସର ମିଶନ ୨୦୧୯ ପ୍ରସ୍ତୁତି ନେଇ ରିପୋର୍ଟ ଦେବେ ନୂଆ ପିସିସି ସଭାପତି ନିରଂଜନ ପଟ୍ଟନାୟକ ।