ଶ୍ରୀମନ୍ଦିର ସଂସ୍କାର କମିଶନ ବିପି ଦାସ ଆଣିଲେ ସାଂଘାତିକ ଅଭିଯୋଗ : ମନ୍ଦିର ଭିତରେ ମହିଳାଙ୍କୁ ଦୁର୍ବ୍ୟବହାର କରିଛନ୍ତି କିଛି ସେବାୟତ

307

କନକ ବ୍ୟୁରୋ : ଶ୍ରୀମନ୍ଦିର ସଂସ୍କାର କମିଶନ ଜଷ୍ଟିସ ବିପି ଦାସ କନକ ନ୍ୟୁଜକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସାଂଘାତିକ କଥା କହିଛନ୍ତି । ଶ୍ରୀମନ୍ଦିର ଭିତରେ ମହିଳା ଭକ୍ତଙ୍କୁ ଦୁର୍ବ୍ୟବହାର କରାଯାଉଛି । କିଛି ସେବାୟତ ମହିଳା ଭକ୍ତଙ୍କୁ ଅଶ୍ଲୀଳ ବ୍ୟବହାର କରୁଥିବା ନେଇ କମିଶନଙ୍କ ନିକଟକୁ ଅଭିଯୋଗ ଆସିଛି । କିନ୍ତୁ ଏସବୁ କଥାକୁ ଚାପି ଦିଆଯାଉଛି ।

ମନ୍ଦିର ଭିତରେ ମହିଳା ଭକ୍ତଙ୍କ ସହ କିଛି ସେବାୟତଙ୍କ ଅଶ୍ଳୀଳ ଆଚରଣ ବିଷୟରେ ପ୍ରଥମ ଥର ପାଇଁ ଏଭଳି ଅଭିଯୋଗ ଆସିଛି । କମିଶନ ବିପି ଦାସ କହିଛନ୍ତି, ଭକ୍ତି ଓ ବିଶ୍ୱାସ ନେଇ ମନ୍ଦିରକୁ ଆସୁଥିବା ମହିଳା ଭକ୍ତଙ୍କ ସହ ଏଭଳି ଆଚରଣ ପାଇଁ ଦଣ୍ଡ ବିଧାନକୁ ଆହୁରି କଡାକଡି କରାଯିବାର ଆବଶ୍ୟକତା ରହିଛି । ଦେଖନ୍ତୁ କଣ କହିଛନ୍ତି, ଜଷ୍ଟିସ ବିପି ଦାସ ।