ସ୍ୱାସ୍ଥ୍ୟକର କୁହାଯାଉଥିବା ସେଓ ଆପଣଙ୍କ ଶରୀର ପାଇଁ ହୋଇପାରେ କ୍ଷତିକାରକ ! ଜାଣନ୍ତୁ କିପରି

114

ସାଧାରଣତ ଫଳକୁ ସମସ୍ତେ ଦେହ ପାଇଁ ହିତକର ବୋଲି କୁହନ୍ତି । ସେଓକୁ ସବୁଠୁ ଅଧିକ ହିତକର ଫଳ କୁହାଯାଏ । କିନ୍ତୁ ଆପଣ ଜାଣନ୍ତି କି ସେଓ ଖାଇବା ଦ୍ୱାରା ସ୍ୱାସ୍ଥ୍ୟଜନିତ ସମସ୍ୟା ଉପୁଜିବାର ସମ୍ଭାବନା ମଧ୍ୟ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁସାରେ, ସେଓ ଏବଂ ଅନ୍ୟ ଫଳ ଆଦିରେ ଫିମ୍ପି ଏବଂ ପୋକ ନଲାଗିବା ପାଇଁ ପେଷ୍ଟିସାଇଡ ବ୍ୟବହାର କରାଯାଏ । ପେଷ୍ଟିସାଇଡ୍ ଦ୍ୱାରା ଫସଲ ଭଲ ଉତ୍ପାଦନ ହୋଇଥାଏ ମାତ୍ର ପେଷ୍ଟିସାଇଡ ମନୁଷ୍ୟ ଶରୀର ପାଇଁ କ୍ଷତିକାରକ ।

ଫଳ ଏବଂ ପନିପରିବାକୁ ଭଲଭାବେ ଘରେ ଧୁଆ ଯାଇଥାଏ । ମାତ୍ର ଗବେଷଣାରୁ ଜଣାପଡିଛି ଫଳ କିମ୍ବା ପନିପରିବାକୁ କେବଳ ଧୋଇଲେ ସଫା ହୁଏନାହିଁ । ପେଷ୍ଟିସାଇଡ, ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ । ସେଓର ଭଲ ଉତ୍ପାଦନ ପାଇଁ ବ୍ୟବହାର ହେଉଥିବା ପେଷ୍ଟିସାଇଡ଼୍ ଶିରାପ୍ରଶିରା, ଚେହେରା, ଆଖି ଏବଂ ହରମୋନ ଉପରେ କୁପ୍ରଭାବ ପକାଇଥାଏ । କିଛି ପେଷ୍ଟିସାଇଡ ଯୋଗୁଁ କ୍ୟାନସର ଜନିତ ସମସ୍ୟା ଦେଖାଯିବାର ତଥ୍ୟ ମିଳିଛି ।

ଅନେକ ପ୍ରକାର ଫଳ ଏବଂ ପନିପରିବା ଯେପରିକି ଷ୍ଟ୍ରବେରୀ ଏବଂ ପାଳଙ୍ଗରେ ପେଷ୍ଟିସାଇଡର ମାତ୍ରା ଅଧିକ ହେବାର ସମ୍ଭାବନା ରହିଥାଏ । ଷ୍ଟ୍ରବେରୀ, ପାଳଙ୍ଗ, ସେଓ, ନାଶପାତି, ଅଙ୍ଗୁର, ଟମାଟୋ, ଆଳୁ ଇତ୍ୟାଦି ଫଳ ଓ ପରିବା ଗୁଡ଼ିକରେ ଅତ୍ୟଧିକ ପରିମାଣରେ ପେଷ୍ଟିସାଇଡ ରହିଥାଏ । ଏହି ପନିପରିବା ଏବଂ ଫଳକୁ ପାଣିରେ ଯେତେ ଧୋଇଲେ କୌଣସି ଫରକ ପଡେ ନାହିଁ । ଗର୍ଭବତୀ ମହିଳାମାନେ ସୁସ୍ଥ ରହିବା ପାଇଁ ଫଳ ଆହାର କରନ୍ତି । ତେବେ ଉପରୋକ୍ତ କିଛି ଫଳ ଏବଂ ପରିବା ଖାଇବାଦ୍ୱାରା ତାହା ଗର୍ଭସ୍ଥ ଶିଶୁ ପାଇଁ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ ।

ଯେଉଁ ମହିଳାମାନେ ଫର୍ଟିଲିଟି ଟ୍ରିଟମେଂଟ ହେଉଛନ୍ତି, ଏହିଭଳି ଫଳ ଓ ପରିବା ଖାଇବା ତାଙ୍କ ପାଇଁ ହାନିକାରକ । ଏପରିସ୍ଥଳେ ସେମାନେ ଗର୍ଭବତୀ ହେବା କିମ୍ବା ଜୀବନ୍ତ ଶିଶୁ ଜନ୍ମ ଦେବାର ସମ୍ଭାବନା କମ୍ ହୋଇଯାଏ ବୋଲି ହାଭାର୍ଡ ୟୁନିଭର୍ସିଟିର ଏକ ଅଧ୍ୟୟନରୁ ଜଣାପଡିଛି । ଅଧ୍ୟୟନ ମୁତାବକ, ଯଦି କୌଣସି ମହିଳା ଫଳ ଏବଂ ପନିପରିବା ଜରିଆରେ ଅତ୍ୟଧିକ ପେଷ୍ଟିସାଇଡ ସେବନ କରୁଛନ୍ତି, ତେବେ ସେମାନଙ୍କ ପକ୍ଷେ ଜୀବନ୍ତ ଶିଶୁ ଜନ୍ମ କରିବାର ସମ୍ଭାବନା ୨୬ପ୍ରତିଶତ କମ୍ ଥାଏ । ଜଣେ ଗବେଷକ ପେଷ୍ଟିସାଇଡର ଅଂଶ ହଟାଇବା ପାଇଁ ବ୍ଲିଚ, ପାଣି ଏବଂ ବେକିଂଗ ସୋଡା ବ୍ୟବହାର କରିଥିଲେ । ଏହାକୁ ଆଧାର କରି ସେ ଏକ ଅଧ୍ୟୟନ ପ୍ରକାଶ କରିଛନ୍ତି । ଅଧ୍ୟୟନ ମୁତାବକ, ପେଷ୍ଟିସାଇଡକୁ ହଟାଇବା ପାଇଁ ବେକିଂ ସୋଡାର ଗୁରୁତ୍ୱ ଅଧିକ । ଏହା ପେଷ୍ଟିସାଇଡକୁ ଡିଗ୍ରେଡ କରିଥାଏ ।  ମାତ୍ର ପେଷ୍ଟିସାଇଡକୁ ନଷ୍ଟ କରିବାକୁ ଏପର୍ଯ୍ୟନ୍ତ କୌଣସି ପ୍ରକ୍ରିୟା ୧୦୦ପ୍ରତିଶତ କାର୍ଯ୍ୟକାରୀ ହୋଇପାରିନାହିଁ ।