ଶୁଣୁନି ପ୍ରଶାସନ ! ଜଗତସିଂହପୁରରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଭତ୍ତା

116

କନକ ବ୍ୟୁରୋ : ବୟସ୍କ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଓ ବିଧବାଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାର କରିଛନ୍ତିି ମଧୁବାବୁ ପେନସନ ଯୋଜନା । ହେଲେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ତଅଁରା ପଞ୍ଚାୟତରେ ଏହି ଯୋଜନାରୁ ବଂଚିତ ହୋଇଛନ୍ତିି ପ୍ରାୟ ୭୦ରୁ ଅଧିକ ଯୋଗ୍ୟ ହିତାଧିକାରୀ । ଦୀର୍ଘବର୍ଷ ଧରି ସେମାନେ ଆବେଦନ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କେବଳ ପ୍ରତିଶୃତି ମିଳୁଥିବା ଅଭିଯୋଗ କରିଛନ୍ତି । ବାର୍ଦ୍ଧକ୍ୟର ଶେଷ ସମୟରେ ବି ଅନେଇ ରହିଛନ୍ତି କେବେ ମିଳିବ ଭତ୍ତା ।

ଜଗତସିଂହପୁରରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଭତ୍ତା । ବାର୍ଧକ୍ୟର ଶେଷ ସମୟରେ ପହଁଚିଥିଲେ ବି ରାଜନୈତିକ ପାତରଅନ୍ତର ଯୋଗୁଁ ଭତ୍ତା ମିଳୁନଥିବା ଅଭିଯୋଗ କରିଛନ୍ତି । କେତେଜଣ ତ ଦୀର୍ଘ ୧୦ ବର୍ଷ ହେଲାଣି ଭତ୍ତା ପାଇବା ପାଇଁ ଆବେଦନ କରି ଆସୁଛନ୍ତି । ଏପରିକି ଜିଲ୍ଲାପାଳଙ୍କ ନିକଟରେ ଗୁହାରି ମଧ୍ୟ କରିଛନ୍ତିି । କିନ୍ତୁ କିଛି ଫଳ ମିଳିନଥିବା କଥା ସେମାନେ ଦୁଃଖର ସହ ପ୍ରକାଶ କରିଛନ୍ତି । ଅନ୍ୟପଟେ ରାଜନୈତିକ କାରଣରୁ ଏଯାଏଁ ଏମାନଙ୍କୁ ଏପର୍ଯ୍ୟନ୍ତ ଭତ୍ତା ମିଳି ପାରିନାହିଁ ବୋଲି କହିଛନ୍ତି ସରପଂଚ ।

ରଘୁନାଥପୁର ବିଡିଓ ମଧ୍ୟ ଏହି କଥାକୁ ସ୍ୱୀକାର କରିଛନ୍ତି । ତେବେ ପର୍ଯ୍ୟାୟ କ୍ରମେ ଭିନ୍ନକ୍ଷମ,ବିଧବା ଓ ପରେ ବୟଷ୍କମାନଙ୍କୁ ଭତା ଦିଆଯିବ ବୋଲି ସେ କହିଛନ୍ତି । ସରକାରୀ ଆର୍ଥୀକ ସହାୟତା ଭତ୍ତା ପାଇଁ ଜୀବନର ଶେଷ ପର୍ଯ୍ୟାୟରେ କିଛି ବୃଦ୍ଧ ବୃଦ୍ଧା ଚାହିଁ ରହିଥିବା ବେଳେ ସରକାର ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଭତ୍ତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।