ଦିଲ୍ଲୀର ବିଷାକ୍ତ ପବନକୁ ରାଷ୍ଟ୍ରଦୂତଙ୍କ ଡର ! ପ୍ରଦୂଷଣ ପାଇଁ ରାଜଧାନୀ ଛାଡିବେ ଅନେକ ଦେଶର ରାଷ୍ଟ୍ରଦୂତ

48

ଦିଲ୍ଲୀରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢି ବଢି ଚାଲିଛି । ବାୟୁମଣ୍ଡଳର ବିଷ ବଳୟରେ ବାନ୍ଧି ହୋଇ ଯାଇଛି ଦିଲ୍ଳୀ । ଯାହାର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପଡୁଛି । ଦିଲ୍ଲୀରେ ଏଭଳି ପରିସ୍ଥିତି ଲାଗି ରହିଥିବା ବେଳେ ଅନେକ ଲୋକ ଦିଲ୍ଳୀ ଛାଡିବାକୁ ବାଧ୍ୟ ହେଉଛନ୍ତି । କେବଳ ଯେ ଏହାର ପ୍ରଭାବ ଭାରତୀୟଙ୍କ ଉପରେ ପଡିଛି ତାହା ନୁହେଁ ବିଦେଶୀ ମଧ୍ୟ ଏଥିରୁ ନିସ୍ତାର ପାଇ ନାହାନ୍ତି । ଦିଲ୍ଲୀର ବିଷାକ୍ତ ପବନ ଅନେକ ଦେଶର ରାଷ୍ଟ୍ରଦୂତଙ୍କୁ ଡରାଉଛି ।ଏଥିପାଇଁ ବହୁ ଦେଶର ରାଷ୍ଟ୍ରଦୂତ ଦିଲ୍ଳୀ ଛାଡିବାକୁ ପ୍ରସ୍ତୁତି ମନ ବଳାଇ ସାରିଲେଣି ।

download (4)ଦିଲ୍ଲୀର ଭୟଙ୍କର ପ୍ରଦୂଷଣ ପାଇଁ ଦେହ ଖରାପ ହୋଇଥିବା କହିଛନ୍ତି କୋଷ୍ଟାରିକା ରାଷ୍ଟ୍ରଦୂତ ମୋରିଏଲା କ୍ରୁଜ ଆଲବାରେଜ । ଏଥିପାଇଁ ସେ ଦିଲ୍ଳୀ ଛାଡି ବାଙ୍ଗଲୋରକୁ ଯାଇଛନ୍ତି । ବ୍ଲଗରେ ଏ ନେଇ ସୂଚନା ଦେଇଛନ୍ତି ମୋରିଏଲା । ନିଜ ବ୍ଲଗରେ ସେ ଲେଖିଛନ୍ତି ଯେ, ଦିଲ୍ଳୀର ଭୟଙ୍କର ପ୍ରଦୂଷଣ ପାଇଁ ତାଙ୍କର ଦେହ ପ୍ରବଳ ମାତ୍ରାରେ ଅସୁସ୍ଥ ହୋଇଛି । ଦିଲ୍ଲୀରୁ ବାଙ୍ଗାଲୋର ଆସିବା ପରେ ଏହା ଜଣା ପଡିଥିଲା । ପ୍ରଦୂଷଣ ଯୋଗଁ ୁପୂରା ପୃଥିବୀ ଧ୍ୱଂସ ଆଡକୁ ଗତି କରୁଛି । ତେଣୁ ଏଭଳି ସମସ୍ୟାର ସମାଧାନ ଖୁବଶୀଘ୍ର ବାହାର କରିବାକୁ ପଡିବ ।

କେବଳ ମୋରିଏଲା ନୁହଁନ୍ତି ଆହୁରି ଅନେକ ଦେଶର ରାଷ୍ଟ୍ରଦୂତ ଦିଲ୍ଲୀ ଛାଡିବାକୁ ପ୍ଲାନିଙ୍ଗ ଆରମ୍ଭ କଲେଣି । ଥାଇଲାଣ୍ଡ ରାଷ୍ଟ୍ରଦୂତ ଏ କ୍ଷେତ୍ରରେ ପାଦେ ଆଗକୁ ଯାଇ ବ୍ୟାଙ୍କକ ଅଫିସକୁ ଚିଠି ଲେଖି କହିଛନ୍ତି ଯେ, ଦିଲ୍ଲୀରେ ରହିବା ପାଇଁ ତାଙ୍କୁ ହାର୍ଡସିପ ଆଲାଉନ୍ସ ଦିଆଯାଉ । କାରଣ ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ରହିବା ତାଙ୍କ ପକ୍ଷେ ସମ୍ଭବପର ନୁହେଁ । ଦିଲ୍ଳୀରେ ରହିବା ଫଳରେ ତାଙ୍କ ଶରୀର ଅତ୍ୟଧିକ ଖରାପ ହେଉଛି । ହାର୍ଡସିପ ଆଲାଉନ୍ସ ଆଫଗାନିସ୍ତାନ, ଇରାକ ଓ ସିରିଆ ଭଳି ଦେଶରେ ନିଯୁକ୍ତ ହୋଇଥିବା ରାଷ୍ଟ୍ରଦୂତଙ୍କୁ ମିଳିଥାଏ । ଉଗ୍ରପନ୍ଥୀ , ଆତଙ୍କବାଦ ପ୍ରବଣ ଦେଶରେ ନିଯୁକ୍ତ ହୋଇଥିବା ରାଷ୍ଟ୍ରଦୂତଙ୍କୁ ଏହି ଆଲାଉନ୍ସ ମିଳିଥାଏ ।

ଏହାଛଡା ଭାରତରେ ନିଯୁକ୍ତ ମେକ୍ସିକୋ ଦେଶର ରାଷ୍ଟ୍ରଦୂତ ମେଲବା ପ୍ରିୟା ନ୍ୟୁଜ ଚ୍ୟାନେଲକୁ ଏକ ଇଣ୍ଟରଭ୍ୟୁ ଦେଇ କହିଛନ୍ତି ଯେ, ଦିଲ୍ଳୀରେ ପ୍ରଦୂଷଣର ମାତ୍ରା ଏତେ ବଢି ଯାଇଛି ଯେ ଏଠାରେ ରହିବା ମଧ୍ୟ ସମ୍ଭବପର ନୁହେଁ । ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀ ଛାଡିବାକୁ ସେ ବିଚାର କରୁଥିବା ନେଇ ଇଙ୍ଗିତ କରିଛନ୍ତି । ତା ଛଡା ସେ କହିଛନ୍ତି, ଏଠାରେ ବାୟୁ ପ୍ରଦୂଷଣକୁ ନେଇ ରାଜନୀତି କରାଯାଉଛି । ଯେହେତୁ ସେ ପରିବାର ସହ ଏଠାରେ ରହୁଛନ୍ତି ତେଣୁ ଦିଲ୍ଳୀ ଛାଡିବାକୁ ନିଷ୍ପତି ନେଇଛନ୍ତି ।