ଓଡିଶା ପାଲଟିବ ମାନୁଫାକ୍ଚରିଂ ହବ୍

21

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶା ପାଲଟିବ ମାନୁଫାକ୍ଚରିଂ ହବ୍ । ଏନେଇ କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ଚୂଡାନ୍ତ ନିଷ୍ପତି ନେଇଛି । ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ପୂର୍ବରୁ ଏନେଇ ଆନୁଷ୍ଠାନିକ ଘୋଷଣା କରିବେ ସରକାର ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାଜପୁର କଳିଙ୍ଗନଗରଠାରେ ନ୍ୟାସନାଲ ଇନଭେଷ୍ଟମେଂଟ ଆଣ୍ଡ ମାନୁଫାକ୍ଚରିଂ ଜୋନ ପ୍ରତିଷ୍ଠା ହେବ । ୪୨୪୧ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ୨୦୨୦ ସୁଦ୍ଧା ପ୍ରଥମ ପର୍ଯ୍ୟାୟ କାମ ଶେଷ ହେବା ସହ ଦେଢ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହା ପାରାଦୀପ ବନ୍ଦରର ବ୍ୟବସାୟରେ ବୃଦ୍ଧି କରିବ । ରେଳ ପଥ, ସଡକ ପଥ ଓ ରାଜ୍ୟର ଆକାଶ ପଥ ଯୋଗାଯୋଗରେ ମଧ୍ୟ ବ୍ୟାପକ ଉନ୍ନତି ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଶା ପ୍ରକାଶ କରିଛନ୍ତି ।